Odisha news

ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ 

0
ବାଲିଗୁଡା, ତା, ୦୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ତାଡିପାଜୁ ଗ୍ରାମର ଶ୍ରୀମତୀ ରୁବିଙ୍ଗି ଦିଗାଲ (୪୫) ଶୁକ୍ରବାର ରାତ୍ର ସମୟରେ ଅଚାନକ ଅସୁସ୍ଥ ହୋଇ ତଳେ ପଡିଯାଇ ଅଚେତ ଅବସ୍ଥାରେ ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ I ଟିକାବାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ I ଡାକ୍ତର ସେହି ମହିଳାଙ୍କ ମୃତ୍ୟୁ ସନ୍ଧେହ ଜନକ ହୋଇଥିବା କାରଣରୁ ଟିକାବାଲି ପୋଲିସକୁ ଖବର ଦେଇଥିଲେ, ଟିକାବାଲି ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୦୨/୨୬ ରେ ରୁଜୁ କରିଥିଲେ I ମୃତ ମହିଳାର ସ୍ୱାମୀ ପ୍ରକାଶ ଦିଗାଲ ଙ୍କ ଏତଲା କ୍ରମେ ମୃତ ଶରୀର ବ୍ୟବଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ, ବ୍ୟବଛେଦ ପରେ ମୃତ ଶରୀରକୁ ପରିବାରକୁ ପରିବାରକୁ ହସ୍ତାନ୍ତର କରିଥିବା ଟିକାବାଲି ପୋଲିସ ପକ୍ଷରୁ କୁହାଯାଇଛି I
Leave A Reply