Odisha news

ଫାଇନାନ୍ସ କମ୍ପାନୀର ଦବଙ୍ଗଗିରୀ, କିସ୍ତି ପଇସା ନଦେବାରୁ କାଠ ଫାଳିଆ ରେ ମରଣାନ୍ତକ ଆକ୍ରମଣ 

0
ବାଲିଗୁଡା, ତା, ୨୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଫ୍ୟୁଜନ ଫାଇନନ୍ସ କମ୍ପାନୀ ଶାଖା ପରିଚାଳକ ଙ୍କ ଦବଙ୍ଗଗିରି, ଲୋନ୍ କିସ୍ତି ନ ଦେବାରୁ ଉତକ୍ଷୀପ୍ତ ହୋଇ ମହିଳା ଙ୍କ ସ୍ବାମୀ ଙ୍କୁ କାଠ ଫାଳିଆ ରେ ମରଣାନ୍ତକ ଆକ୍ରମଣ କଲେ ଫ୍ୟୁଜନ୍ କମ୍ପାନୀ ର ଶାଖା ପରିଚାଳକ ଦିୱାନା ପ୍ରଧାନ, ସୂଚନା ଅନୁଯାୟୀ ଶନିବାର ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡୁରୁକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଦିନାଟ ଗାଁ ର ନିରଜିନି ମଲ୍ଲିକ ଫ୍ୟୁଜନ କମ୍ପାନୀ ରୁ ଲୋନ ଆଣିଥିଲେ, ପଇସା ପତ୍ର ଅସୁବିଧାରୁ ସେ ଲୋନ କିସ୍ତି ଦେଇପାରି ନ ଥିଲେ, ଶାଖା ପରିଚାଳକ  ଦିୱାନା ପ୍ରଧାନ ନୀରଜିନି ମଲ୍ଲିକ ଙ୍କ ଘରକୁ ଆସି ଜୋର ଜବରଦସ୍ତ୍ ଲୋନ କିସ୍ତି ମାଗିବା ସହିତ ମହିଳା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ l ମହିଳା ଙ୍କ ସ୍ବାମୀ କସିରା ମଲ୍ଲିକ ଏହାକୁ ବିରୋଧ କରିବାରୁ ଉତକ୍ଷୀପ୍ତ ହୋଇ ଗାଁ ଦାଣ୍ଡରେ ପଡ଼ିଥିବା କାଠ ଫାଳିଆ ରେ ଆକ୍ରମଣ କରିବାରୁ କସିରା ଗୁରୁତର ହୋଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଭାବେ ଆହତ କସିରା ଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିବା ସହିତ ଶାଖା ପରିଚାଳକ ଙ୍କୁ ଅଟକ ରଖିଥିଲେ l ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାଖା ପରିଚାଳକଙ୍କୁ ଥାନା କୁ ନେଇ ପଚରା ଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି l ଏପଟେ ଗୁରୁତର ଙ୍କ ସ୍ବାସ୍ଥ୍ୟରେ ଉନ୍ନତି ନ ହେବାରୁ ଫୁଲବାଣୀ ମେଡିକାଲ୍ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି l ଅଭିଯୁକ୍ତ ଶାଖା ପରିଚାଳକଙ୍କ ବିରୋଧ ରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସମିତି ସଭ୍ୟ ଦୟା ମଲ୍ଲିକ ଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l
Leave A Reply