Odisha news

ସ୍ୱାଧିନତା ସଂଗ୍ରାମି ରିନ୍ଦ ମାଝୀଙ୍କ ସହିଦ ଦିବସ ପାଳିତ

0

ଇାଲିଗୁଡା,୧୦/୧୨-; ବାଲିଗୁଡା ବ୍ଲକ ମିଡିଆକିଆ ପଂଚାୟତର ବରିକିଆ ଠାରେ ଜନ୍ମମାଟି ବରିକିଆରେ ବୀର ସହିଦ ରିନ୍ଦ ମାଝୀଙ୍କ ୧୭୦ତମ ସ୍ମୃତି ମହୋସôବ ରିନ୍ଦ ମାଝୀ ସ୍ମୃତି କମିଟି ଦ୍ୱାରା ପାଲିତ ହୋଇଯାଇଛି । ଏଏଥିରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥୀ ଭାବେ ଚନ୍ଦ୍ରମାକହଁର ସ୍ମୃତି କମିଟିର ସଭାପତି ତଥା ସରପଂଚ ଅଶୋକ ମଳିକ,ସମ୍ପାଦକ ନକୁଳ ନାୟକ,ଆବାହକ ନେତ୍ର ମାନସେଠ୍,ସ୍ଥାପନା ସଭାପତି ଜହନ ଦିଗାଳ,କବିରାଜ ଆର୍ଯ୍ୟ ଅତିରିକ୍ତ ତହସିଲଦାର ପ୍ରମୁଖ ମଂଚାସିନ ଥିଲେ । ଉକ୍ତ ସଭାରେ ରିନ୍ଦ ମାଝୀଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଜନ୍ମ ମାଟି ବରିକିଆ ଗ୍ରାମକୁ ବୀର ସହିଦ ରିନ୍ଦ ମାଝୀଙ୍କ ଜନ୍ମ ସ୍ଥାନ ଘୋଷଣା କରା୍ୟାଉ । ରିନ୍ଦ ମାଝୀଙ୍କ ପ୍ରତିମୁର୍ତି ସ୍ଥାପନ କରା୍ାଉ ।ବରିକିଆ ଗ୍ରାମକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦିଆଯାଉ । ବରିକିଆରେ ପାର୍କ,ଗୋଷ୍ଠିଗୃହ,ଖେଳପଡିଆ ଆଦି କରି ରିନ୍ଦ ମାଝୀଙ୍କ ନାମରେ ନାମିତ କରାଯାଉ ବୋଲି ଏକ ଦାବୀ ପତ୍ର ଜିଲ୍ଲା ପରିଷଦ ଅଧକ୍ଷା ଙ୍କଜରିଆରେ ଜିଲ୍ଲାପାଲଙ୍କ ଦେଇଛନ୍ତି ।ା

Leave A Reply