Odisha news

ଦୁଇ ବାଇକ ମୁହାଁମୁହିଁ ଧକ୍କା :୩ ଜଣ ଆହତ: ଦୁଇ ଗୁରୁତର

0
ବାଲିଗୁଡା, ତା, ୦୬/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଧିନସ୍ତ ତୁମୁଡିବନ୍ଧ ଠାରୁ ବେଲଘରକୁ ସଂଯୋଗ କରୁଥିବା ରାସ୍ତାର ପୂଜା ଘାଟିର ବୁଲାଣି ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ  ତିନି ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ, ବିଲାମାଳ ପଞ୍ଚାୟତର ବିକାପାଙ୍ଗା ଗ୍ରାମର ରଞ୍ଜିତ ମାଝି ନିଜ ବାଇକ ନଂ.ଓଡି-୧୨ବି -୩୧୨୩ ରେ କୌଣସି କାର୍ଯ୍ୟ ରେ ନିଜ ଗ୍ରାମ ବିଲାମାଳ ଠାରୁ ତୁମୁଡିବନ୍ଧ କୁ ଆସୁଥିବା ବେଳେ ବିପରୀତ ଦିଗରୁ ବେଲଘର ପଞ୍ଚାୟତର ରାଙ୍ଗପାରୁ ଗ୍ରାମର ଜିତୁ ମାଝି ଏବଂ ଅମିତ ମାଝି ଏକ ନମ୍ବର ବିହୀନ ହିରୋ ମୋଟର ସାଇକେଲରେ ତୁମୁଡିବନ୍ଧରୁ ନିଜ ଗାଁ କୁ ଫେରୁଥିଲେ l ସେହି ସମୟରେ ପୂଜା ଘାଟିର ବୁଲାଣି ରାସ୍ତାରେ ଉଭୟଙ୍କ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉଭୟେ ସେହି ସ୍ଥାନରେ ଚିଟିକି ପଡ଼ିଥିଲେ l ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଏହା ଦେଖି ବେଲଘର ପୋଲିସ ଓ ୧୦୮ଆମ୍ବୁଲାନ୍ସକୁ ସୂଚନା ଦେଇ ଆହତଙ୍କୁ ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି  l
Leave A Reply