ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମାରେ ଜଣେ ଯୁବତୀକୁ ଶାରୀରିକ ସମ୍ପର୍କ ରଖିବା ସହ ନିର୍ଯ୍ୟାତନା ଦେଇଥିବା ନେଇ ଯୁବତୀ ଜଣକ ଥାନାରେ ଏତଲା ଦେଇଛନ୍ତି I ସୂଚନା ପ୍ରକାରେ ବାରଖମାର ଡି. ଜେନ୍ସ ପାନୁଆଲ, ବାରଖମାର ଜଣେ ଯୁବତୀକୁ ପ୍ରେମ ସମ୍ପର୍କ ରଖି ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ରଖିଥିଲେ ଶାରିରୀକ ସମ୍ପର୍କ I ସମ୍ପର୍କ ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ, କିନ୍ତୁ କୌଣସି କାରଣ ବଶତଃ ଗର୍ଭଟି ନଷ୍ଟ ହୋଇଯାଇଥିଲା I
ଏହାପରେ ଯୁବକ ଜଣକ ବାଲିଗୁଡା ନୋଟାରୀ ପାଖରେ ବିବାହ ନିମନ୍ତେ କାଗଜ ପତ୍ର କରିଥିବା ଯୁବତୀଙ୍କୁ ଜଣାଇଥିଲେ I କିନ୍ତୁ କିଛିଦିନ ଯିବାପରେ ସେ ତା ସହ କୌଣସି ସମ୍ପର୍କ ରଖିଲା ନାହିଁ କି ତାକୁ ବିବାହ କଲା ନାହିଁ I ଏହାପରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ଯୁବକ ନାମରେ କରିଥିଲେ I ଅଭିଯୋଗକୁ ଭିତ୍ତି କରି ବାଲିଗୁଡା ପୋଲିସ କେସ୍ ନଂ 226/2020 ରେ ମାମଲା ରୁଜୁ କରି ଅଭିଯୁକ୍ତ ଡି. ଜେନ୍ସ ପାନୁଆଲକୁ କୋର୍ଟ ଚାଲାଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବାଲିଗୁଡା ଥାନା ଏସ୍.ଆଇ. ରଚିତା ମାଡକାନି I