Odisha news

ଆଦିବାସୀ, ଦଳିତ ମିଳିତ ମହାସଙ୍ଘର କର୍ମକର୍ତ୍ତାଙ୍କ ଅଭିଯୋଗ ପ୍ରକାରେ ଅତିରିକ୍ତ ତହସିଲଦାରଙ୍କ ବଦଳି

0
ବାଲିଗୁଡା, ତା, ୧୦/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରୁ ଅତିରିକ୍ତ ତହସିଲଦାର ନମିତା ପ୍ରଧାନଙ୍କ ବଦଳି ହୋଇଛି। ରାଜ୍ୟସରକାର ତାଙ୍କୁ ନବରଙ୍ଗପୁର ସଦରକୁ ଅତିରିକ୍ତ ତହସିଲଦାର ଭାବେ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ସରକାର ଦୁଃଶାସନ ସ୍ବାଇଁଙ୍କୁ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟର ନୂତନ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ଦେଇଛନ୍ତି। ତେବେ ଅନେକ ସମୟରେ ଅତିରିକ୍ତ ତହସିଲଦାର ଅଞ୍ଚଳବାସୀଙ୍କୁ ସଠିକ ଭାବେ ପ୍ରମାଣପତ୍ର ପ୍ରଦାନରେ ଅବହେଳା କରିବା ଲୋକଙ୍କୁ ଦୁର୍ବ୍ୟବହାର କରିବା ଜାତିଗତ, ରେସିଡେନ୍ସ, ଇନକମ ସାର୍ଟିଫିକେଟକୁ ରିଜେକ୍ଟ କରିବା ଓ ବାରମ୍ବାର ଆବେଦନ ପରେ ମଧ୍ୟ ସଠିକ ସମୟରେ ନଦେବା ଭଳି ଅଭିଯୋଗ ହୋଇଆସୁଥିଲା। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଥିଲେ ସୋମବାର ଦାରିଙ୍ଗବାଡି ଆଦିବାସୀ, ଦଳିତ ମିଳିତ ମହାସଙ୍ଘର କର୍ମକର୍ତ୍ତା ମଧ୍ୟ ତହସିଲଦାରଙ୍କ ନିକଟରେ ତାଙ୍କ ବଦଳି ଦାବି କରିଥିଲେ । ଲୋକଙ୍କ ଅଭିଯୋଗ ହେଉ କି ବଦଳି ପ୍ରକ୍ରିୟା ହେଉ ତାଙ୍କର ବଦଳି ଖବର ଶୁଣି ଅଞ୍ଚଳବାସୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରକାଶ ଯେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ରାଜ୍ୟରେ ମୋଟ ୮୩ ଜଣ ଓଆର୍‌ଏସ୍‌ (ଗ୍ରୁପ -ବି)ଙ୍କ ମଙ୍ଗଳବାର ବଦଳି ହୋଇଛି। ସେଥିମଧ୍ୟରେ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଥିବା ଜଣାପଡିଛି।
Leave A Reply