Odisha news

ଗୋମାଂସ କାଟି ଦୁଇ ଗିରଫ

0

ବାଲିଗୁଡା,୫/୪-;ବାଲିଗୁଡା ଗୋମାଂସ କାଟି ଦୁଇଜଣ ଗିରଫ ହୋଇଛନ୍ତି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅର୍ନ୍ତଗତ ସିତାପଡି ଠାରେ ଗୋମାଂସ କଟାଯାଉଥିବା ଖବର ବାଲିଗୁଡା ବଜରଙ୍ଗଦଳ ପାଇଥିଲେ ଓ ଗୋମାଂସକଟାଯାଉଥିବା ସ୍ଥାନକୁ ଯାଇଥିଲେ । ସେଠାରେ ଗୋମାଂସ କଟାଯାଉଥିଲା ଏହାପରେ ସଙ୍ଗେସଙ୍ଗେ ବାଲିଗୁଡା ଥାନାକୁ ଖବର ଦେଇଥିଲେ ଏବଂ ଗୋଇଇମାଂସ କାଟୁଥିବା ତିନି ଜଣଙ୍କୁ କାବୁ ଧରିବାକୁ ଚେଷ୍ଟାକଲା ସମୟରେ ଜଣେ ଚମ୍ପଟ ମାରିଥିଲା ଓ ଦୁଇଜଣକୁ ଧରି ଥାନାକୁ ଆସିଥେଲେ ଓ ଗୋମାଂସକୁ ଜବତ କରିଥିଲେ । ଗିରଫ ଦୁଇଜଣ କାଳିଆ ନାୟକ ଓ ନୋଏଲ ନାୟକଙ୍କୁ କେଶ ନମ୍ବର ୧୦୫ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସମ୍ବିତ ସ୍ୱାଇଁ ସୁଚନା ଦେଇଛନ୍ତି । ବର୍ତମାନ ଦଣ୍ଡନାଚ ଚାଲିଥିବା ବେଳେ ବାଲିଗୁଡାକୁ ସଂପୁର୍ଣ୍ଣ ଭାବେ ଆମିଶକୁ ବନ୍ଦ କରାଯାଇଥିବା ବେଳେ ଏହିଭଳି ଗୋମାଂସ କାଟିବକୁ ନେଇ ନିନ୍ଦା କରାଯାଇଛି ।

Leave A Reply