Odisha news

ଔଷଧ ପତ୍ର ବ୍ୟବସାୟଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ଜଣେ କ୍ୱାକଙ୍କୁ ହତ୍ୟା କରାଯାଇଛି। କରଡ଼ା ଗ୍ରାମର ଅନିକ ପଟ୍ଟନାୟକ ନାମକ ବ୍ୟକ୍ତି ଗ୍ରାମରେ ଔଷଧ ପତ୍ର ବ୍ୟବସାୟ କରି ଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଢ଼ମାରୀ ଗ୍ରାମରୁ କୌଣସି କାମରେ ଯାଇ ଫେରୁଥିବା ବେଳେ ଘରଠାରୁ ୧୫୦ ମିଟର ଦୂରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଇକିଆ ମେଡିକାଲ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଅନିକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକଙ୍କ ପତ୍ନୀ ଗୀତାରାଣୀ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ରାଇକିଆ ଥାନାରେ ଏକ ମାମଲା(୧୪୨ /୨୪) ରୁଜୁ ହୋଇ ତଦନ୍ତ ଅବ୍ୟାହତ ଥିବା ଥାନା ପକ୍ଷରୁ କୁହାଯାଇଛି ।
Ad2
Leave A Reply