ବାଲିଗୁଡା,୫/୯-; ୮ ଗୋଟି ଚୋରା ମୋଟର ସାଇକେଲ ଧରବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବାଲିଗୁଡା ପୋଲିସ । ଏହାକୁ ନେଇ ବାଲିଗୁଡା ଥାନା ପରିସରରେ ଏକ ସମ୍ବାଦିକ ସମ୍ମିଳନୀ କରି ଏହି ସୁଚନା ଦେଇଛନ୍ତି ଏସଡିପିଓ ରାହୁଲ ଗୋୟଲ । ଏସଡିପିଓ କହିବା ପ୍ରକାରେ ଏହି ଚୋରା ବାଇକ ଧରିବାକୁ ବାଲିଗୁଡା ଥାନା ତରଫରୁ ଏକ ଟିମ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ଯାହା ଫଳରେ ୮ ମୋଟର ସାଇକେଲ ଠାବ କରିବାରେ ସଫଳ ହୋଇଛନ୍ତି । ଗିରଫହୋଇଥବା ଅଭିଯୁକ୍ତକୁ ପଚାରାଉଚାରା କରି ଏହା ଉପରେ ଆହୁରି କିଛି ଚୋର ଧରାପଡିବେ ବୋଲି କହିଛନ୍ତି,ଧରାଯାଇଥିବା ମୋଟରସାଇକେଲ ରୁ ବାଲଗୁଡା ,ସାରଙ୍ଗଡ ଥାନା ଓ ବଲାଙ୍ଗିର ଥାାନ ଅଂଚଳରୁ ଚୋରି ହୋଇଥିଲା ଏହି ଥାନାକୁ ଆମେ ଖବର ଦେଇଦେଇଛୁ ଆଜି ସାରଙ୍ଗଡ ଥାନରେ ପଲସର ମୋଟରସାଇକେଲ ଚୋରି ହୋଇଥିବା ନେଇ ରୁଜୁ ହୋଇଥିଲା ଅଗଷ୍ଟ୬ ତାରିଖରେ ସେହି ବ୍ୟକ୍ତି କଇନ ପ୍ରଧାନଙ୍କୁ ମଧ୍ୟ ତାଙ୍କ ମୋଟରସାଇକେଲ ବର୍ତମାନ ଦିଆହୋଇଯାଇଛି ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଶୁଶାନ୍ତ କୁମାର ସାହୁ,ଏସଆଇ ଯୁଗଳ କିଶୋର ନାୟକ ଉପସ୍ଥିତ ଥିଲେ । ଧରାପଡିଥିବା ଚୋର ନାମ ପୋଲିସ ଗୋପନରଖିଛନ୍ତି ।
