Odisha news

ବାଲିଗୁଡା ଏନଏସି ଏପିଓଏସ ମେସିନ ମାଧ୍ୟମରେ ଅନଲାଇନରେ ଗୃହଟିକସ ଆଦାୟ ଶୁଭାରମ୍ଭ

0

ବାଲିଗୁଡା,୩୦/୯-;ବିଜ୍ଞାପିତ ଅଂଚଳ ପରିଷଦର ଗୃହ ଟିକସ ଏବଂ ଏମପିଓଏସ ମେସିନ ମାଧ୍ୟମରେ ଅନଲାଇନନରେ ଗୃହ ଟିକସର ଅଦାୟର ଏନଏସି ଅଧକ୍ଷ ଲୋକନାଥ ପାଢୀ ଓ ବାଲିଗୁଡା ଏକ୍ସିସ ବ୍ୟାଙ୍କର ଶାଖା ପରିଚାଳକ ଦୀପକ ଦାସ ଓ ଜିଲ୍ଲା ସଂଯୋଜିକା ଲୀନା ଦାସ ଉପସ୍ଥିତ ରହି ଏହି ଏମପିଓଏସ ମେସିନର ଶୁଭାରମ୍ଭ କରିଛନ୍ତି ।ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ସମସ୍ତ ଗୃହ ସମସ୍ତ ଲୋକେ ଅନଲାଇନ ମାଧ୍ୟମରେ ଗୃହ ଟିକସ ଦେବେ ।

ଆଜି ଏହି ଶୁଭାରମ୍ଭରେ ଏନଏସି ଅଧକ୍ଷ ଲୋକନାଥ ପାଢୀ ନିଜ ବାସଗୃହର ଟିକସ ପ୍ରଥମେ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । କୋଭିଡ ପାଇଁ ଚଳିତ ବର୍ଷର ସେପ୍ଟେମ୍ବର ଓ ଅକ୍ଟୋବର ମାସର ଟିକସ ଉପରେ ଶତକାଡା ଦଶଭାଗ ଛାଡ କରାଯାଇଛି । ବାଲିଗୁଡାରେ ଏହିଭଳି ଗୃହ ଟିକସ ପ୍ରଥମ ଥର ପାଇଁ ଅନଲାଇନରେ ଆଦାୟ କରାଯାଉଛି ଓ ଘରର ଭେଲୁଏସନ ଦେଖି ବାର୍ଷିକ ଟିକସ ଆଦାୟ କରାଯାଉଛି ବୋଲି ଏନଏସି କଲାର୍ଯ୍ୟାଳୟ ତରଫରୁ ସୁଚନା ଦିଆଯାଇଛି । ଆହିର ଏହି କାର୍ଯ୍ୟକ୍ରମକୁ ଏନଏସିର ମୁକେଶ ରଂଜନ ନାୟକ ପରିଚାଳନା କରିଥିଲେ ।

Leave A Reply