ବାଲିଗୁଡା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲିଗୁଡା ବ୍ଳକ ଅନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡା ପ୍ରାଥମିକ ବିଦ୍ୟାଳୟର କୋଠା ବୁଧବାର ଦିନ ଭୁଶୁଡି ପଡିଥିଲା। ଏହି ସମୟରେ ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ କାହାର କିଛି କ୍ଷୟକ୍ଷତି ହୋଇନି । ଏହି ଖବର ପାଇବା ପରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ବର ପାଟିଲ ଙ୍କ ନିର୍ଦେଶ ପାଇ ବାଲିଗୁଡା ବିଡିଓ ଶଶାଙ୍କ ଶେଖର ପାତ୍ର ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ପରେ ଜିଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ବିଦ୍ୟାଳୟ କାମ ଶିଘ୍ର ଆରମ୍ଭ କରିବାକୁ ୨୦ଲକ୍ଷଟଙ୍କା ମଞ୍ଜୁରୀ ସହିତ କାମ ଶିଘ୍ର ସାରିବାକୁ ଜିଲାପାଳ କହିଥିବା ବିଡିଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ପ୍ରକୋଷ୍ଠରେ ପିଲାମାନେ ଜରିପାଲ ପକାଇ ପାଠପଢିବେ । ବିଡିଓଙ୍କ ପରିଦର୍ଶନ ସମୟରେ ସହକାରୀ ଯନ୍ତ୍ରୀ କେଦାର ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।