Odisha news

ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

0

ବାଲିଗୁଡା :କଞ୍ଜlଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାର ନକ୍ସଲ ପ୍ରଭାବିତ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲାଗିଥିବା ଏହି ମାଓ ବିରୋଧୀ ପୋଷ୍ଟରରେ ଆଇଏନ୍‌ପିପିଏଫ୍‌ ଜିଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜlଲଗୁ  ହିଂସା କେଉଁ ଅଧିକାରରେ ଓ କଣ ପାଇଁ କରାଯାଇଛି ବୋଲି ଆଇଏନ୍‌ପିପିଏଫ୍‌ ପ୍ରଶ୍ନ ଉଠାଇଛି।

ଆଇଏନ୍‌ପିପିଏଫ୍‌ ପକ୍ଷରୁ ଲଗାଯାଇଥିବା ମାଓବିରୋଧୀ ପୋଷ୍ଟରେ କୁହାଯାଇଛି ଯେ କଞ୍ଜlଲଗୁ ଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ କରୁଛୁ ଓ ନିନ୍ଦା କରୁଛୁ। ବିକାଶ କାମକୁ ବିରୋଧ କରି ଘଟେଇଥିବା ଏହି ଘଟଣା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀ ବିକାଶ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ। ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି, ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି ଆଇଏନ୍‌ପିପିଏଫ୍‌ ପକ୍ଷରୁ  ଚେତାବନୀ ଦିଆଯାଇଛି।

Leave A Reply