Odisha news

କାଳିପଦା ଠାରେ ସ୍ୱାମୀ ଅଗ୍ନିବେଶଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ବାଲିଆପାଳ  : ଆର୍ଯ୍ୟ ସମାଜର ସର୍ବଭାରତୀୟ ପ୍ରଚାରକ, ପ୍ରଖ୍ୟାତ ସମାଜସେବୀ, ପ୍ରବୀଣ ଦାର୍ଶନୀକ, ପ୍ରଗତିଶୀଳ ବିଚାରର ଅନନ୍ୟ ସାଧକ ସନ୍ୟାସୀ ବାଲିଆପାଳ ଜନ ଅନେ୍ଦାଳନର ଅନ୍ୟତମ ପୃଷ୍ଠପୋଷକ ତଥା ଭିଟାମାଟି ସୁରକ୍ଷା ଅନେ୍ଦାଳନର ରାଷ୍ଟ୍ରୀୟ ଉପଦେଷ୍ଟା ସ୍ୱାମୀ ଅଗ୍ନିବେଶଙ୍କ ପରଲୋକରେ ତାଙ୍କର ଅମ୍ଳାନ ସ୍ମୃତି ଉଦେ୍ଦଶ୍ୟରେ ଆଜି ଅପରାହ୍ନରେ ଐତିହାସିକ କାଳିପଦା ବଜାର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି  ।

ଭିଟାମାଟି ସୁରକ୍ଷା ଅନେ୍ଦାଳନର ଆବାହକ ତଥା ବାଲିଆପାଳ ଘାଟି ବିରୋଧି ସ୍ମାରକୀ ମଂଚର ସଭାପତି ଅରୁଣ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ  ବାଲିଆପାଳ ସୂଚନା ଅଧିକାର ଅଭିଯାନର ଆବାହକ ଅନୁଜ କୁମାର ମହାପାତ୍ର, ଗଣ ଚେତନା ମଞ୍ଚର କୁଶଧ୍ୱଜ ଜେନା, ଚାଷୀ ନେତା ଗୋପିନାଥ ଗଙ୍ଗେଇ, ପୂର୍ଣ୍ଣଚନ୍ଦ୍ର ଚାନ୍ଦ, ଯୁବନେତା ଚନ୍ଦନ ବିଶ୍ୱାଳ, ଛାତ୍ରନେତା ଗୋବିନ୍ଦ ଜେନା, ବିକର୍ତ୍ତନ ଜେନା, କାଳିପଦା ବଜାର କମିଟି ସଭାପତି ନିତ୍ୟାନନ୍ଦ ଦାସ, ଅମୀୟ ପାତ୍ର, ମନ୍ମଥ ଦାସ, କାର୍ତ୍ତିକ ମହାନ୍ତି, ଏକାଦଶୀ ମାଝୀ, ରାଜେଶ ଦାସ, ହରପ୍ରସାଦ ଦାସ ପ୍ରମୁଖ ବକ୍ତବ୍ୟ ଦେଇ  ସ୍ୱାମୀ ଅଗ୍ନିବେଶଙ୍କର ବହୁମୁଖୀ ପ୍ରତିଭାର ଆଲୋଚନାକରିଥିଲେ  ।

ଗତ ୨୦୦୧ ମସିହା ମେ ମାସ ୧ ତାରିଖରେ ସେ କାଳିପଦା ଆସି ବାଲିଆପାଳ ଜନ ଆନେ୍ଦାଳନର ୧୫ ବର୍ଷ ପୂର୍ତ୍ତି ଅବସରରେ ସମାଜର ତତ୍କାଳୀନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ସହିତ କୋଷ୍ଟ କେନାଲ ବଞ୍ଚାଅ ଆନେ୍ଦାଳନର ଶୁଭାରମ୍ଭ କରିଥିଲେ  । ସୂତରାଂ ବାଲିଆପାଳ ବାସୀଙ୍କ ହୃଦୟରେ ସ୍ୱାମୀ ଅଗ୍ନିବେଶ ସଦା ସ୍ମରଣୀୟ ରହିବେ ବୋଲି ବକ୍ତାମାନେ ତାଙ୍କର ମତବ୍ୟକ୍ତ କରିଥିଲେ  ।

Leave A Reply