ବାଳିଆପାଳ : ବାଲିଆପପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତ ର ବିଜେପି ସଭାପତି ଅବନୀ କୁମାର ମିଶ୍ରଙ୍କ ପରଲୋକ ହହୋଇଯାଇଛି ।ସେ ଦୀର୍ଘଦିନ ହେଲଲା ରକ୍ତକକର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ନଡାକ୍ତରଖାନାରେ ଚିକିତ୍ସସିତ ହେଉଥିଲେ ।
ବୁଧବାର ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଆଜି ତାଙ୍କର ମରଶରୀର ତାଙ୍କ ବାସ ଭବବନରେ ପହଂଚିବାପରେ ଏକ ଶୋକାକୂଲ ପରିବେଶ ସୃଷ୍ଟି ହୋଇଥିଲା ।ବହୁ ବିଜେପି ନେତା ସମେତ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
ପରେ ମର ଶରରୀରକୁ ଗା୍ରମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।ସ୍ୱର୍ଗତଃ ମିଶ୍ର ରେମୁଁ ପୋଷ୍ଟ ଅ‘ିସରେ ପୋଷ୍ଟ ମାଷ୍ଠର ଭାବେ ଅବସର ଗ୍ରହଣ କରିଥିଲେ ।ପଞ୍ଚାୟତରେ ଜଣେ ପରୋପକାରୀ ,ଭଦ୍ରବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଅତିପ୍ରିୟ ଥିଲେ ।ତାଙ୍କ ମୃତ୍ୟୁରେ ପଞ୍ଚାୟତରେ ଶୋକର ଛାୟାଖେଳିଯାଇଛି