ବାଲିଆପାଳ : ନିଳଗିରି ତହସିଲର ଅବସରପ୍ରାପ୍ତ ମୁଖ୍ୟ କିରାଣୀ କାଶୀନାଥ ଖଣ୍ଡା ଙ୍କ ର ହୃଦଘାତରେ ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।ସେ ଘରେ ଶୋଇଥିବା ବେଳେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।ପରିବାର ଲୋକେ ତାଙ୍କୁ ଡାକ୍ତରରଖାନା ନେବା ପାଇଁ ବାହରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାାୟା ଖେଳିଯାଇଛି ।
ବହୁ ଗ୍ରାମବାସୀ ତାଙ୍କ ବାସ ଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କଳରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ।ଜଣାଇଥିଲେ ।ସ୍ୱର୍ଗତଃ ଖଣ୍ଡା ବାଲିଆପାଳ ବ୍ଲକର ସିନିୟର କିରାଣୀ ଭାବେ ଦୀର୍ଘଦିନଧରି କାର୍ଯ୍ୟକରିବବା ପରେ ନିଳଗିରି ତହସିଲରେ ମୁଖ୍ୟ କିରରାଣି ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ।ଅବସର ପରେ ସେେ ଗ୍ରାମର ବିଭିନ୍ନ ଅନୁଷ୍ଠାନ ସହହ ଜଡିତ ରହିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ।ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ପତ୍ନୀ,ଝିଅ ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।ତାଙ୍କର ଏକମାତ୍ର ପୁଅ ଶୁଭାଶିଷ ମୁଖାଗ୍ନି ଦେଇଥିଲେ ।