Odisha news

ମୋବାଇଲ ବ୍ୟାଟେରୀ ଫାଟି ନାବାଳକ ଗୁରୁତର

0

ନୀଳଗିରି-ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅନ୍ତର୍ଗତ ଚେକମରା ଗ୍ରାମର ବାସିନ୍ଦା ଟୁନା ସିଂର ୭ବର୍ଷର ନାବାଳକ ପୁଅ ଚନ୍ଦ୍ରକାନ୍ତ ମୋବାଇଲ୍ ଧରି ଖେଳ ଦେଖୁଥିବା ବେଳେ ହଠାତ୍ ମୋବାଇଲ୍ଟି ଫାଟି ଯାଇଥିଲା । ଚନ୍ଦ୍ରକାନ୍ତର ଛାତି ପେଟ ଓ ହାତରେ ଗୁରୁତର ଭାବେ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଚନ୍ଦ୍ରକାନ୍ତଙ୍କ ବାପା ଟୁନା ସିଂ ଜଣେ ଦିନମଜୁରିଆ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି ।

Leave A Reply