Odisha news

୯ ଲକ୍ଷ ଟଙ୍କା ଦେଇ ବ୍ୟବସାୟୀ କିଣିଥିଲେ ଚମତ୍କାରୀ ବଲ୍ବ ତାପରେ…..

0

ନୂଆଦିଲ୍ଲୀ : ଦିଲ୍ଲୀର ଜଣେ ବ୍ୟବସାଇଙ୍କୁ ବରେଲୀରେ କିଛି ଠକ ଅଦ୍ଭୁତ ଭାବରେ ଠକି ୯ ଲକ୍ଷଟଙ୍କା ଲୁଟି ନେଇଛନ୍ତି l ବ୍ୟବସାୟୀ ଜଣଙ୍କୁ ଠକମାନେ କହିଥିଲେ ଯେ ଆମେ କିଛି ବଲ୍ବ ରଖିଛୁ ଯାହା ଯାଦୁ ବିଦ୍ୟାରେ ପରିପୂର୍ଣ ଅଟେ l ଠକ ମାନେ ବ୍ୟବସାଇଙ୍କୁ କହିଥିଲେ ଯେ ଏହି ବଲ୍ବଟି ସୁନା ଭଳି ଧାତୁକୁ ପ୍ରାପ୍ତ କରାଇଥାଏ ଓ ଘରେ ସମୃଦ୍ଧି ପ୍ରାପ୍ତ ହୋଇଥାଏ l ଆରୋପି ଲକ୍ଷ୍ମୀପୁରର ଖିରିରେ ରୁହନ୍ତି l ସେ ଗୋଟିଏ ବିଶେଷ ମ୍ୟାଗନେଟ ଜରିଆରେ ବଲ୍ବଟିକୁ ବିଭିନ୍ନ ଶୈଳୀରେ ଜଳାଇ ବ୍ୟବସାୟୀ ଜିତିଥିଲେ ଓ ପରେ ସେହି ବଲ୍ବକୁ ୯ ଲକ୍ଷ ଟଙ୍କାରେ ବିକ୍ରି କରି ଚାଲିଯାଇଥିଲେ l ବ୍ୟବସାୟୀ ଜଣଙ୍କ କରୋନା ମହାମାରୀ କାରଣରୁ ନିଜ ବ୍ୟବସାୟରେ କ୍ଷତିର ସାମ୍ନା କରୁଥିଲେ ତେଣୁ ସେ ସହଜରେ ପଇସା ରୋଜଗାର କରିବା ପାଇଁ ଚାହୁଁଥିଲେ l

ଏହି ମାମଲାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ତିନିଜଣ ଆରୋପିଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଦର୍ଜ ହେଲା l ପୀଡିତ ବ୍ୟବସାୟୀଙ୍କ ନାମ ନୀତେଶ ମଲହତ୍ରl ଅଟେ l ନୀତେଶ କହିଛନ୍ତି ମୋତେ ସେମାନେ କହିଥିଲେ ଏହି ବଲ୍ବ ସମୃଦ୍ଧି ପ୍ରଦାନ କରିବ l ମୁଁ ସେମାନଙ୍କୁ ୯ ଲକ୍ଷ ତାଙ୍କ ଦେଇ ଏହି ସାଧାରଣ ବଲ୍ବଟିକୁ କିଣିଥିଲେ l କିଛି ଦିନ ଗଲାପରେ ଦେଖିଲି ଏହି ବଲ୍ବଟି ଦ୍ୱାରା କୌଣସି ସମୃଦ୍ଧି ମୋର ହୋଇନଥିଲା l ଏହା ପରେ ମୋର ସନ୍ଦେହ ହେବାରୁ ମୁଁ ବଲ୍ବଟିକୁ ନେଇ ମୋର ଜଣେ ବନ୍ଧୁଙ୍କୁ ଦେଖାଇଲି l ସେ ମୋତେ କହିଲେ ଏହା କୌଣସି ଚମତ୍କାରୀ ବଲ୍ବ ନୁହେଁ ଏହା ଏକ ସାଧାରଣ ବଲ୍ବ ଅଟେ l

ତଥାପି ମୋର ବିଶ୍ୱାସ ହେଲା ନାହିଁ ଏବଂ ମୁଁ ଏହାପରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ଦେଖାଇବା ପରେ ସେ ମତେ କହିଲେ ବଲ୍ବଟିକୁ ଚୁମ୍ବକ ସାହାଯ୍ୟରେ ମଧ୍ୟ ଅଲଗା ଅଲଗା ସ୍ଥାନରେ ରଖି ଜଳାଯାଇ ପାରିବ l ଯାହାର କୌଣସି ପ୍ରକାରର ବୈଦୁତିକ ଶକ୍ତି ମଧ୍ୟ ସଞ୍ଚାର କରାଯାଇ ପାରିବ l କିଛିଦିନ ପୂର୍ବରୁ ନିଜ ବ୍ୟବସାୟରେ ହାରିଯାଇଥିବା ବ୍ୟବସାୟୀ ବର୍ତମାନ ୯ ଲକ୍ଷଟଙ୍କା ଠକ ମାନଙ୍କୁ ଦେଇ ଆହୁରି ଭାଙ୍ଗି ପଡିଛନ୍ତି l ଏହି ମାମଲାକୁ ନେଇ ଖିରିର ଏସ ପି ବିଜୟ ଢୁଲ କହିଛନ୍ତି ଆରୋପି ଛୁଟକନ ଖାଁ ,ମାସୁମ ଖାଁ ଓ ଇରଫାନ ଖାଁ ଙ୍କ ବିରୁଦ୍ଧରେ ବିଭିନ୍ନ ଜାଲିଆତି ମାମଲା ଥାନାରେ ରହିଛି l ଚଳିତ ବର୍ଷ ଅକ୍ଟୋବର ମାସରେ ଏହି ମାନଙ୍କ ମଧ୍ୟରୁ ଦୁଇଜଣ କଥିତ ଭାବରେ ମେରଠରେ ଲଣ୍ଡନରୁ ଫେରି ରହୁଥିବା ଜଣେ ଡାକ୍ତରଙ୍କୁ ୨.୫ କୋଟି ଟଙ୍କାରେ ଆଲାଦିନର ଚିରାଗ କହି ଗୋଟିଏ ସାଧାରଣ ଚିରାଗକୁ ବିକି ଦେଇଥିଲେ l

Leave A Reply