Odisha news

ଇସ୍ରୋର ବୈଜ୍ଞାନିକ ହେଲେ ନୀଳଗିରିର ଅଭିଷେକ ପରିଡ଼ା

ନୀଳଗିରି–ପଙ୍କରୁ ପଦ୍ମ ଫୁଟିଲା ଭଳି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ଯୁବକ ଆଜି ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ଇସ୍ରୋର ବୈଜ୍ଞାନିକ ଭାବେ ପରିଗଣିତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଓ ନୀଳଗିରି ପାଇଁ ଗର୍ବଗୌରବ ଆଣିଥିବା ବେଳେ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତିଭାବାନ ଯୁବ ବୈଜ୍ଞାନିକଙ୍କୁ ନିଜ ବାସଭାବନ ଗୋପିନାଥପୁର ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ନୀଳଗିରିର ପାଣିପବନରେ ଜନ୍ମଗ୍ରହଣ କରିଥିବା କୁପାରୀ ଅଞ୍ଚଳର ଡା. ଗଜେନ୍ଦ୍ର ପ୍ରସାଦ ପରିଡ଼ା ଓ ମାଆ ମିନାକ୍ଷୀ ନଳିନୀ ରାଉତ ଅଯୋଧ୍ୟା ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବଡ଼ ପୁଅ ଅଭିଷେକ ଅଯୋଧ୍ୟାରେ ହିଁ ଜନ୍ମଗ୍ରହଣ କରିଥିଲେ । ଅଭିଷେକଙ୍କର ଶିକ୍ଷାକ୍ଷେତ୍ର ଆରମ୍ଭ ହୋଇଥିଲା ଅଯୋଧ୍ୟା ୟୁ.ପି.ସ୍କୁଲରୁ । ଶାନ୍ତ ନମ୍ର ସ୍ୱଭାବର ଅଭିଷେକଙ୍କ ମଧ୍ୟରେ ପିଲାଦିନରୁ ଉଙ୍କି ମାରୁଥିଲା ଭଲ ମଣିଷଟିର ପ୍ରତିଛବି ।

ତାଙ୍କର ହାଇସ୍କୁଲ ଜୀବନ କଟିଥିଲା ବାଲେଶ୍ୱରରେ । ପରେ ଏଫ.ଏମ. କଲେଜରେ ଯୁକ୍ତ୨ ଶିକ୍ଷା ସମାପ୍ତ କରି ଆଗକୁ ଆଗକୁ ବଢ଼ି·ଲିଥିଲେ । ବ୍ରହ୍ମପୁରରେ ଥିବା ପାରଳା ମହାରାଜ ସରକାରୀ କଲେଜରୁ ବି.ଟେକ କରି ଆଇ.ଆଇ.ଟି. ଭୂବନେଶ୍ୱରରେ ଏମ.ଟେକ. ରେ ଉତ୍ତୀର୍ଣ୍ଣ ହୋଇ ଟପ୍ପର ହୋଇଥିଲେ । ଚେନ୍ନାଇରେ ଥିବା ଆମେରିକାନ କେଟର ପିଲରରେ ରିସର୍ଚ୍ଚ ଡେଭଲୋପମେଣ୍ଟ ଆନାସିଲିକାଲ ଇଂଜିନିୟର ଭାବେ ନିଯୁକ୍ତି ପାଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସର୍ବଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନରେ ପରୀକ୍ଷା ଦେଇଥିଲେ । ସେଥିରେ ସେ ସର୍ବଭାରତୀୟସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରି ନୀଳଗିରି ପାଇଁ ଗର୍ବଗୌରବର ଆଲୋକ ଆଣିପାରିଛନ୍ତି । ୨୬ବର୍ଷୀୟ ଅଭିଷେକ ପରିଡ଼ା ବୈଜ୍ଞାନିକ ଭାବେ ଯୋଗଦାନ କରିବାର ଅର୍ଜନ ପଛରେ ପିତାମାତା, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ହାତ ରହିଛି ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି ।

Comments are closed.