ବାଲେଶ୍ୱର-୩୦/୦୯ : -ଉପନିର୍ବାଚନର ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ସଦର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍କତା ଏବେ ଜୋର ଧରିଲାଣି । ଆଜି କଷାଫଳ ପଞ୍ଚାୟତର ଅନ୍ୟ ଦଳର ବହୁ ଆଗ ଧାଡିର ନେତା ଓ କର୍ମୀ ନିଜର ଦଳ ଛାଡି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନେ ବିଜେଡ଼ିରେ ଯୋଗଦାନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ବାଲେଶ୍ୱର ଠାରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସିଂ, ଶ୍ରୀପତି ଗିରି , ଯୋଗେନ୍ଦ୍ର ବେହେରା, ରବିନ୍ଦ୍ର ବେହେରା, ଆନନ୍ଦ ପାତ୍ର, ରଘୁ ଚରଣ ସାନ୍ତରା, ବ୍ରହ୍ମାନନ୍ଦ ଦ୍ୱାରି , ପ୍ରତିମା ସିଂ, ବିଜୟ ଦାସ ଓ ଅଖିଳ ଦାସ ପ୍ରମୁ୍ଖ ନେତୃବୃନ୍ଦଙ୍କୁ ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ବିଜେଡ଼ି ସଭାପତି ବସନ୍ତ ପଣ୍ଡା, କଷାଫଳ ପଞ୍ଚାୟତର ସରପଞ୍ଚ ବିଜୟ ଭୂୟାଁ, ସମିତି ସଭ୍ୟ ବୈଦ୍ୟନାଥ ମାନ୍ନା , ପଞ୍ଚାୟତ ସଭାପତି ମାଧବ ମଣ୍ଡଳ ଏବଂ ୨୯ ନଂ ଜିଲ୍ଲା ପରିଷଦ ଜୋନର ପର୍ଯ୍ୟବେକ୍ଷକ ସିମନ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ