Odisha news

ସହିଦ ବାଘାଯତୀନଙ୍କର ୧୦୫ତମ ବଳିଦାନ ଦିବସ ପାଳିତ

0

ବାଲେଶ୍ୱର ( ସନ୍ତୋଷ ମିଶ୍ର ) : ବାଲେଶ୍ୱର ଉପକଣ୍ଠ ଚଷାଖଣ୍ଡ ଦେସୁଆଁ ପୋଖରୀ ଠାରେ ସହିଦ ବାଘାଯତୀନ ଓ ତାଙ୍କର ଚାରିଜଣ ସାଥୀ ପଞ୍ଚଶଖା ସହିଦ ଯତୀଶ ଚନ୍ଦ୍ର ପାଲ, ଯତୀନ୍ଦ୍ର ନାଥ ମୁଖାର୍ଜୀ, ଚିତ୍ତପି୍ରୟ ରାୟ ଚୌଧୁରୀ ମନୋରଞ୍ଜନ ସେନ୍ ଗୁପ୍ତ, ନରେନ୍ଦ୍ର ଦାସ ଗୁପ୍ତଙ୍କ ବଳିଦାନର ସ୍ମୃତି ଉଦେ୍ଦଶ୍ୟରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଅଛି ।

ଦିବସର ପ୍ରାରମ୍ଭରେ ବାଲେଶ୍ୱରର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ମୁଖ୍ୟ ଅତିଥି ତଥା ବିକାଶ ପରିଷଦର ସ୍ଥାୟୀ ସଭାପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସଂଗେ ସଂଗେ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ତାପରେ ସହିଦଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ ।

ତଦ୍ ସଂଗେ ସଂଗେ ସହିଦ୍ମାନଙ୍କର ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥଲା । ଏହା ସହିତ ସହିଦଙ୍କ ଉଦେ୍ଦଶ୍ୟରେ ତୋପସଲାମୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାମାରି କରୋନାର ପାର୍ଦୁଭାବରୁ ରକ୍ଷା ପାଇବା ପାଇଁ ସମସ୍ତ କୋଭିଡ଼୍ ନିୟମ ମାନି ସାମାଜିକ ଦୂରତା ରକ୍ଷା କରାଯାଇ ଉତ୍ସବ ପାଳନ ସହିତ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଛାତ୍ରଛାତ୍ରୀ ଜନସାଧାରଣ, ପୁଲିସ୍, ଗଣମାଧ୍ୟମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଜିଲ୍ଲାପାଳ ବାଘାଯତୀନ ବିକାଶ ପରିଷଦର ସ୍ଥାୟୀ ସଭାପତି ରୂପେ ସହିଦ ସ୍ମୃତି ଦିବସ ପାଳନ କରିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ତଥା ଆର୍ଥିକ,ମାନସିକ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଲେଶ୍ୱର ଜିଲ୍ଲାର ଏହି ରକ୍ତତୀର୍ଥ ଚଷାଖଣ୍ଡ ପଞ୍ଚାୟତର ଦେସୁଆଁ ପୋଖରୀ ଖାଲି ବାଲେଶ୍ୱରରେ ଆବଦ୍ଧ ନରହି ଏହା ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତଥା ରାଜନୈତିକ ନେତାଙ୍କର ଚେଷ୍ଟା ଓ ନିଷ୍ଠା ରହିଲେ ନିଶ୍ଚୟ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରିବ ।

ରକ୍ତତୀର୍ଥ ସହିଦ୍ ସ୍ମୃତି ପୀଠକୁ ଯାତାୟତ ପାଇଁ ରାସ୍ତା ହୋଇପାରୁ ନଥିବାରୁ ପରିଷଦର ସମସ୍ତ କର୍ମକର୍ତ୍ତା ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିବା ସଂଗେସଂଗେ ଗଣମାଧ୍ୟମ ଦ୍ୱାରା ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ବାଘାଯତୀନ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତା ସମ୍ପାଦକ ସର୍ବେଶ୍ୱର ମହାନ୍ତି,ଉପସଭାପତି ମନୋଜ କୁମାର ନାୟକ,ସ୍ନେହଲତା ଦାସ, ସହ ସମ୍ପାଦିକା ଜୟନ୍ତି ପଣ୍ଡା, ଅଜିତ୍ କୁମାର ବରାଳ, ସୁଦର୍ଶନ ଭୂୟାଁ , ପ୍ରଫୁଲ ବେହେରା, ପ୍ରଫୁଲ ଜେନା, ପଦ୍ମଲୋଚନ ନାୟକ ସୁଦାମ ମହାଳିକ, ଦେବେନ୍ଦ୍ର ନାୟକ, ରମେଶ ଚନ୍ଦ୍ର ଦାସ, ଅନିତା ଭୂୟାଁ, ସେଖ୍ ଯମୁନା ତଥା ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ । ଅନୁଷ୍ଠାନ ତରଫରୁ ଜିଲ୍ଲାପାଳ ମହୋଦୟଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ ବାଘାଯତୀନ ବିକାଶ ପରିଷଦ ସହିଦ୍ ସ୍ମୃତି ପୀଠକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବାର ସମସ୍ତ ପ୍ରୟାସ ଜାରି ରଖିବ

Nalco
Leave A Reply