ବାଲେଶ୍ୱର : ନବିମୁମ୍ବାଇର ଖାରଗରସ୍ଥିତ ଜଗନ୍ନାଥ ମନ୍ଦିର ଓ ମହାରାଷ୍ଟ୍ର ଓଡ଼ିଆ ୱେଲଫାୟାର ଆସୋସିଏସନର ମିଳିତ ଆନୁକୁଲ୍ୟରେ ଭଗବାନ ପଣ୍ଡାଙ୍କ ସଭାପତିତ୍ୱରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଓ ଜଗନ୍ନାଥ ଦର୍ଶନ ସମ୍ବନ୍ଧରେ ଭରଚୁଆଲ ମୋଡ଼ରେ କବିତା ପାଠୋତ୍ସବ ଓ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୁଗଶ୍ରୀ ଯୁଗନାରୀର ସଂପାଦିକା ମମତା ମହାପାତ୍ର ଯୋଗଦେଇ ଘୋଷଯାତ୍ରାକୁ ମଣିଷର ଜୀବନ ଯାତ୍ରାର ପ୍ରତୀକ ଭାବେ ଜୀବନ ରୂପକ ଦେହର ରଥକୁ ସାରଥି କରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳନା କରିବା ହିଁ ମାନବ ଜୀବନର ମୂଲ୍ୟବୋଧ ହେବା ସହ ଜଗନ୍ନାଥ ଦର୍ଶନ ମାନେ ହିଁ ଜୀବନର ପ୍ରତିଟି କ୍ଷଣ ଓ ମୁହୂର୍ତ୍ତକୁ ସତ୍କର୍ମ ପାଇଁ ବିନିଯୋଗ କରିବା ମାନବ ଜାତି ପାଇଁ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ବିଶିଷ୍ଟ ପ୍ରଫେସର ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ମାନେ ହିଁ ଭାବକୁ ନିକଟ ଓ ଅଭାବକୁ ଦୂର ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଭାବେ ସଂସ୍କୃତ ପଣ୍ଡିତ ରଞ୍ଜନ ଦାସ ଶ୍ରୀଜଗନ୍ନାଥଙ୍କୁ ଅବର୍ଣ୍ଣନୀୟ କହିବା ସହ ସେ ବିଶ୍ୱକୁ ମୈତ୍ରୀ ଓ ସାମ୍ୟର ବାର୍ତ୍ତା ପ୍ରଦାନ କରିଥାନ୍ତି ବୋଲି କହିଥିଲେ । ରାଜେନ୍ଦ୍ର ନାୟକ ଏଥିରେ ଯୋଡ଼ି ହୋଇଥିବା ସମସସ୍ତ କବି, ସାହିତି୍ୟକ, ଗାୟକ ତଥା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଶ୍ରୀମତୀ ମୈତ୍ରେୟୀ କମିଳା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଏହି ଅବସରରେ ମମତା ମହାପାତ୍ରଙ୍କୁ ମେମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲାା ଏଥିରେ ସର୍ବଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଲୋପିତା ମିଶ୍ର, ରିତା ଅପରାଜିତା, ସ୍ନିଗ୍ଧା ସମାନ୍ତରାୟ, ବିଶେଶ୍ୱର ମାଝୀ, କ୍ଷିତୀଶ ମହାନ୍ତି, ବୈଜୟନ୍ତୀ ସାହୁ, ଇପ୍ସିତା ଷଡଙ୍ଗୀ, ପୂଜାରିଣୀ ଘୋଷା, ସଂଗ୍ରାମକେଶରୀ ସମାନ୍ତରାୟ, ଗୀତାଞ୍ଜଳି ସ୍ୱାଇଁ, ବଂଶୀଧର ଷଡଙ୍ଗୀ, ଶିଖାରାଣୀ ରଣା, ଡ. ବିଜୟ କୁମାର ମହାରଣା, ଅରୁଣ କୁମାର ମହାପାତ୍ର, ଗୀତା ଷଡଙ୍ଗୀ, ଶିବପ୍ରସାଦ ଦାଶ, ରଞ୍ଜନ ମହାନ୍ତି, ରାଜଲକ୍ଷ୍ମୀ ତ୍ରିପାଠୀ, ରାଜକିଶୋର ପାଣିଗ୍ରାହୀ, ସ୍ନେହ ମିଶ୍ର, ଶ୍ରୀନିବାସ କର, ହରେକୃଷ୍ଣ ଦାଶ, ସଂଗୀତା ବାରିକ, ସଂଯୁକ୍ତା ସାହୁ, ସୁମିତ୍ରା ମହାରଣା, ଉମାକାନ୍ତ ଦାସ, ସନ୍ତୋଷ ମହାନ୍ତି ଓ ମମତା ସାମନ୍ତରାୟଙ୍କ ସହିତ ନାଇଜେରିଆ ଦେଶର ଓଡ଼ିଆ ଆସୋସିଏସନର ସଭାପତି ରମେଶ ବିଶ୍ୱାଳ ଯୋଗଦାନ କରି ଜଗନ୍ନାଥଙ୍କ ଘୋଷଯାତ୍ରା ସଂପର୍କରେ ସ୍ୱରଚିତ କବିତା ପାଠ କରିବା ସହ ଭଜନ ଗାନ କରିଥିଲେ । ଗାଳ୍ପିକା ପାରମିତା ଷଡଙ୍ଗୀ ଭରଚୁଆଲ ମୋଡ଼ରେ ଉପସ୍ଥିତ ଶତାଧିକ କବି, ସାହିତି୍ୟକ, ଅତିଥି ଓ ଗାୟକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।