Odisha news

ବାଲେଶ୍ୱର ଛାତ୍ର କଂଗ୍ରେସ ପକ୍ଷରୁ ଜେଇଇ ପରୀକ୍ଷାର୍ଥୀଙ୍କୁ ମାସ୍କ ବଂଟନ : ସରକାରଙ୍କ ପକ୍ଷରୁ ଅଭିଭାବକଙ୍କ ପାଇଁ ହୋଇନାହିଁ ତମ୍ବୁର ବ୍ୟବସ୍ଥା

0

ବାଲେଶ୍ୱର : ଜେଇମେନ୍ ପରୀକ୍ଷା ବାଲେଶ୍ୱର ଜିଲ୍ଲାର ଏବିଏ କଲେଜ, ମର୍ଡନ ଇଂଜିନିୟରିଂ କଲେଜ, ବିସିଇଟି ଏବଂ ନୀଳଗିରିସ୍ଥିତ ଇଂଜିନିୟରିଂ କଲେଜରେ ଚାଲିଥିବାବେଳେ ପରୀକ୍ଷାର୍ଥୀଙ୍କ ସହ ଆସିଥିବା ଅଭିଭାବକ ମାନେ ଖରାତରାରେ ପରୀକ୍ଷା କେନ୍ଦ୍ର ବାହାରେ ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି । ହେଲେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କୌଣସି ତମ୍ବୁ କିମ୍ବା ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା ପରୀକ୍ଷକେନ୍ଦ୍ରର ସମ୍ମୁଖରେ କରାଯାଇନାହିଁ ।

ଏଭଳି ପରିସ୍ଥିତିରେ ବାଲେଶ୍ୱର ଛାତ୍ରକଂଗ୍ରେସ ପକ୍ଷରୁ ମର୍ଡନ ଇଂଜିନିୟରିଂ କଲେଜ ଓ ବିସିଇଟି ଇଂଜିନିୟରିଂ କଲେଜ ସମ୍ମୁଖରେ ଜେଇଇ ପରୀକ୍ଷାର୍ଥିୀ ମାନଙ୍କୁ ମାସ୍କ, କଲମ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ପୂର୍ବତନ ସଂଯୋଜକ ଗୌତମ ସାହୁଙ୍କ ନେତୃତ୍ୱରେ କର୍ମୀମାନେ ଏ ସବୁ ବଂଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ପୂର୍ବତନ ସାଧାରଣ ସଂପାଦକ ଦେବଦତ୍ତ ଦାସ, ଜିଲ୍ଲା ଛାତ୍ରକଂଗ୍ରେସ ପୂର୍ବତନ ଉପସଭାପତି ଜୀବନ ମହାପାତ୍ର, ଜିଲ୍ଲା ଛାତ୍ରକଂଗ୍ରେସ ସାଧାରଣ ସଂପାଦକ ରହମତ ଅଲ୍ଲୀ, ନବପ୍ରସାଦ ଭୁୟାଁ,ରୁଦ୍ରପସାଦ ଜେନା, ଛାତ୍ରକଂଗ୍ରେସ ସୋସିଆଲ୍ ମିଡିଆ ସଂଯୋଜକ ସୌରଭ ବେହେରା, ପ୍ରଦିପ୍ତ ବେହେରା, ଡମ୍ବରୁଧର ବେହେରା,ରଣ୍ଜିିତ ସିଂ, ଦେବେନ୍ଦ୍ର ଭୁୟାଁ ପ୍ରମୁଖ ସହଯୋଗ କରିଥିଲେ ।

ଛାତ୍ରକଂଗ୍ରେସ ପକ୍ଷରୁ ନୀଳଗିରି ସ୍ଥିତି ଇଂଜିନିୟରିଂ କଲେଜ ଏବଂ କୁରୁଡା ସ୍ଥିତ ଏବିଏ କଲେଜରେ ଜେଇଇ ପରୀକ୍ଷାର୍ଥୀ ମାନଙ୍କୁ ସାନିଟାଇଜର ଏବଂ ମାସ୍କ ଆଦି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ରକଂଗ୍ରେସ ପୂର୍ବତନ ଗୌତମ ସାହୁ କହିଛନ୍ତି କି ଓଡ଼ିଶା ସରକାର ମୋ ଓଡ଼ିଶା ମୋ ପରିବାର ସଂଗଠନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାସ୍କ ଆଦି ବଂଟନ କରାଯାଉଥିବା ବେଳେ ସେମାନଙ୍କ ସହ ଆସିଥିବା ଅଭିଭାବକମାନଙ୍କୁ ଛାଇରେ ବସିବା ପାଇଁ କୌଣସି ସୁବିଧା କରାଯାଇନାହିଁ । ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଭାବକଙ୍କ ପାଇଁ କୌଣସି ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅସ୍ଥାୟୀ ବିଶ୍ରାମସ୍ଥଳୀର ବ୍ୟବସ୍ଥା କରାଯାଇନାହିଁ

Nalco
Leave A Reply