Odisha news

ଦୁବୁୂଲାଗଡ଼ି ଗ୍ରାମରେ ବଧୂହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ , ଶାଶୁ ଶ୍ୱଶୁରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

0

ବାଲେଶ୍ୱର : ବାଲେଶ୍ୱର ସଦରବ୍ଲକ ବାହାବଳପୁର ମେରାଇନ୍ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି ଗ୍ରାମରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ଉମାଶ୍ରୀ ଗିରି ନାମ୍ନୀ ଜଣେ ବିବାହିତା ବଧୂକୁ ତାଙ୍କ ଶ୍ୱଶୁରଘର ଲୋକମାନେ ଶ୍ୱାସରୁଦ୍ଧ କରି ହତ୍ୟାକରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଲିସ ମୃତା ଉମାଶ୍ରୀଙ୍କ ସ୍ୱାମୀ ସମରେନ୍ଦ୍ର ଗିରିଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି ଗ୍ରାମର ସ୍ୱର୍ଗତଃ ରାମଚନ୍ଦ୍ର ଜେନାଙ୍କ କନ୍ୟା ଉମାଶ୍ରୀଙ୍କୁ ଗତ ୨୦୧୨ ମସିହାରେ ସେହିଗ୍ରାମର ସୁନୀଲ କୁମାର ଗିରିଙ୍କ ପୁତ୍ର ସମରେନ୍ଦ୍ର ବିବାହ କରିଥିଲେ ।

ବିବାହର କିଛିଦିନ ପରେ ଶାଶୁଘର ପକ୍ଷରୁ ଉମାଶ୍ରୀ ଙ୍କ ଉପରେ ଅଧିକାଂଶ ସମୟରେ ନିର୍ଯ୍ୟାତନା ଦିଆଯିବା ସହ ମାଡ଼ଗାଳି କରାଯାଉଥିଲା । ଘଟଣା ସମ୍ପର୍କରେ ଗ୍ରାମର ଭଦ୍ରଲୋକମାନେ ବସି ଅନେକ ଥର ସମାଧାନ କରିଥିଲେ । ଗତ ୩୦ ତାରିଖ ବିଳମ୍ବିତ ରାତିରେ ଉମାଶ୍ରୀଙ୍କ ଶାଶୁଘର ପକ୍ଷରୁ ତାଙ୍କ ମା ସୁଲେଖା ଜେନାଙ୍କୁ ଖବର ଦିଆଯାଇଥିଲା ଯେ ଉମାଶ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଶିଘ୍ର ଆସିବାକୁ କୁହାଯାଇଥିଲା ।

ଏହାପରେ ଉମାଶ୍ରୀଙ୍କ ମା ସୁୂଲେଖା ଓ ଅନ୍ୟ ଆତ୍ମୀୟସ୍ୱଜନମାନେ ଘଟଣାସ୍ଥଳରେ ପହଞ୍ଚô ଉମାଶ୍ରୀ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ । ପୂର୍ବରୁ ଉମାଶ୍ରୀର ଶାଶୁଘର ପକ୍ଷରୁ ତାଙ୍କର ସ୍ୱାମୀ, ଶାଶୁ, ଶ୍ୱଶୁର ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ ବୋଲି ଗ୍ରାମର କେତେକ ବ୍ୟକ୍ତି ଉମାଶ୍ରୀଙ୍କର ଭିଡ଼ିଓ ରେକଡିଂ କରିଥିଲେ । ଏହି ଭିଡ଼ିଓ ରେକଡିଂରେ ଉମାଶ୍ରୀଙ୍କ ଉପରେ କିଭଳି ନିର୍ଯ୍ୟାତନା ଦିଆଯାଉଥିଲା,ସେବାବଦରେ ବହୁ ତଥ୍ୟ ରହିଛି । ଘଟଣା ସମ୍ପର୍କରେ ଉମାଶ୍ରୀଙ୍କ ବିଧବା ମା ସୁଲେଖା ଜେନା ବାହାବଳପୁର ମେରାଇନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚô ଉମାଶ୍ରୀଙ୍କ ମୃତଦେହକୁ ଜବଦ୍ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

ଥାନାପକ୍ଷରୁ ଏବାବଦରେ କେସ୍ ନମ୍ବର ୧୫/୨୦୨୦ ମୂଳେ ଭାରତୀୟ ଦଣ୍ଡବିଧି ଆଇନ୍ର ୪୯୮-କ, ୩୦୨ ଓ ୩୪ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ମୃତା ଉମାଶ୍ରୀଙ୍କ ସ୍ୱାମୀ ସମରେନ୍ଦ୍ର ଗିରିଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଶ୍ୱଶୁର ସୁନୀଲ କୁମାର ଗିରି କରୋନା ସଂକ୍ରମିତ ବୋଲି ଦର୍ଶାଇ କ୍ୱାରେନ୍ଟାଇନ୍ ସେଣ୍ଟରରେ ରହିଯାଇଥିବା ଜଣାପଡ଼ିଛି । ଅବିଳମ୍ବେ ସୁନୀଲ କୁମାର ଗିରି ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରାଯିବା ନିମନ୍ତେ ସ୍ଥାନୀୟ ବାସିନ୍ଦା ମାନଙ୍କ ପକ୍ଷରୁ ଦାବି ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତା ଉମାଶ୍ରୀଙ୍କ ଔରସରୁ ୨ଟି କନ୍ୟା ସନ୍ତାନ ଜନ୍ମ ନେଇଥିବା ବେଳେ ଝିଅ ଜନ୍ମ ହେବା ଘଟଣାକୁ ନେଇ ଉମାଶ୍ରୀଙ୍କ ଉପରେ କୁଆଡ଼େ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି ।

Leave A Reply