Odisha news

ଶାନ୍ତିକାନନରେ କର୍କଟବ୍ୟାଧି ସଂପର୍କିତ ଆଲୋଚନାଚକ୍ର

0

ବାଲେଶ୍ୱର-୧୯/୦୯(ସ.ବ୍ୟୁ)-ସମ୍ ଅଲ୍ଟିମେଟ୍ ମେଡିକେୟାର, ଫକୀରମୋହନ କଲେଜ ପୁରାତନ ଛାତ୍ରସଂସଦ ଓ ଫକୀରମୋହନ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ଶାନ୍ତିକାନନଠାରେ ଏକ ସ୍ୱାସ୍ଥ୍ୟସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ପ୍ରଭାତ କୁମାର ଚୋ÷ଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱରର ରେଡିଏସନ୍ ଅଙ୍କୋଲୋଜି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ଚିର ରଂଜନ ଖାଡ଼ାଙ୍ଗା ଯୋଗ ଦେଇ କର୍କଟ ରୋଗ, ବିଶେଷ କରି ସ୍ତନକର୍କଟ ରୋଗ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସଙ୍ଗେସଙ୍ଗେ ଏହାର ପ୍ରତିକାର ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ କହିଲେ ଯେ ଆମେ ଜାଣିଲେ ଜିଣିବା । ଶରୀରରେ କିଛି ବି ଅସ୍ୱାଭାବିକତା ଦେଖାଦେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସ୍ତନକର୍କଟ ପ୍ରାରମ୍ଭିକ ସ୍ତରରେ ଜଣାପଡ଼ିଲେ ଚିକିସôାଦ୍ୱାରା ଏହା ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବ । କର୍କଟରୋଗ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ରହିଛି । ଉପସ୍ଥିତ ଜିଜ୍ଞାସୁ ବ୍ୟକ୍ତିମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ବାଲେଶ୍ୱର ପୋ÷ରପାଳିକାର ଅଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ଯେ ଏଭଳି ସ୍ୱାସ୍ଥ୍ୟସଂପର୍କିତ ଆଲୋଚନାଚକ୍ର ବିଶେଷ କରି ମହିଳାମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ । ଫକୀରମୋହନ କଲେଜ ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିବା ସହିତ କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦର ସଂପାଦକ ଦୀପକ ବୋଷ ପ୍ରାକ୍ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ବାଲେଶ୍ୱରର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ଉଦେ୍ଦଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଲେଙ୍କା, ଡ. ଶିରୀଶ ଚନ୍ଦ୍ର ଜେନା, ସ୍ମୃତି ଦାସ, କଲ୍ୟାଣୀ ନନ୍ଦ, ଅରୁଣା ରାୟ, ଡ. ସାରଙ୍ଗଧର ତ୍ରିପାଠୀ, ଅନସୂୟା ନାୟକ, ଗୋପାଳ ଜେନା, କମଳାକାନ୍ତ ଦାଶ, ରମାକାନ୍ତ ମହାନ୍ତି, ସୁଭାଶିଷ ଦାସ, ଯଶୋଦାନନ୍ଦନ ଆଶ୍, ପ୍ରମିଳା ମିଶ୍ର, ଅକ୍ଷୟ ତି୍ରପାଠୀ, ପୀତାମ୍ବର ଦାସ, ସୁକାନ୍ତି ଦାସ, ଚିତ୍ରାରାଣୀ ପାତ୍ର, ତ୍ରିଦିବ ନାୟକ, ରାମଚନ୍ଦ୍ର ସେଠୀ, ଦୀପକ ଦାସ, ରଂଜିତା ମହାନ୍ତି, ସନ୍ଧ୍ୟାରାଣୀ ଜେନା, ବାସନ୍ତୀ ଦେ, ଜ୍ୟୋତ୍ସ୍ନା ରାୟ, ସବିତାରାଣୀ ଦାସ, ପ୍ରଜ୍ଞା ପାରମିତା ନାୟକ, ଶାନ୍ତି ବିଶି, ମମତା ଦାସ, ମାନସୀ ନାୟକ, ଅନୁପମା ଜେନା, ପ୍ରଣିତା ମିଶ୍ର, ରାଜଶ୍ରୀ ପତି, ମିନତୀ ପାଢ଼ୀ, ମନାନୀ ମଲ୍ଳିକ, ଦୀପାରାଣୀ ମହାଳିକ, ଜ୍ୟୋତିପ୍ରସାଦ ସାହୁ, ଦୀପକ ମଲ୍ଲିକ, ମଦନ କୁମାର ବର୍ଦ୍ଧନ, ସୁଧାଂଶୁ ଶେଖର ଭୂୟାଁ, ବିଦ୍ୟାଧର ସାହୁ, ବେଣୁଧର ସାହୁ, ଗୋବିନ୍ଦ ପ୍ରସାଦ ସାହୁ, ଶରତ କୁମାର ମହାପାତ୍ର, ଅମୃତାଂଶୁ ପଟ୍ଟନାୟକ, ଶାନ୍ତିଲତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply