Odisha news

ବାଲେଶ୍ୱର ମାର୍ଚ୍ଚେଣ୍ଟାଇଲ୍ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ତରଫରୁ ସ୍ୱର୍ଗତ ଗୋପନାରାୟଣ ଦାସଙ୍କର ସ୍ମୃତିସଭା ଅନୁଷ୍ଠିତ

0

ବାଲେଶ୍ୱର-୧୯/୦୯ : -ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ତାଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ବାଲେଶ୍ୱର ମାର୍ଚ୍ଚେଣ୍ଟାଇଲ୍ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଏକ ସଭା ସମିତିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ନିରାକାର ରାୟଙ୍କ ସଭାପତିତ୍ୱରେ ଉକ୍ତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ସମିତିର ସଦସ୍ୟ କମଳାକାନ୍ତ ନାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ଗୁଣଗାନ କରିଥିଲେ । ତତ୍ପରେ ଅନନ୍ତ କୁମାର ଦାସ ପ୍ରଧାନ, ଅଜିତ୍ କୁମାର ଦାସ, ରାଜକିଶୋର ମନ୍ତ୍ରୀ, ଲାବଣ୍ୟବତୀ ବାରିକ ଆଦି ସଦସ୍ୟ / ସଦସ୍ୟାଗଣ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ସଂପାଦକ ପ୍ରଫୁଲ୍ଲ କୁମାର ରାଉତ, ସମିତିର କର୍ମଚରୀ ଜଗବନ୍ଧୁ ପାଗଳ, ଗୌରମୋହନ ଷଡ଼ଙ୍ଗୀ ସଦସ୍ୟମାନଙ୍କୁ ସମିତିର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ । ସମିତିର ସଭ୍ୟ/ସଭ୍ୟା ଜଗନ୍ନାଥ ବିଶ୍ୱାଳ, ସଞ୍ଜୟ କୁମାର ଦଳେଇ, ହରେନ୍ଦ୍ର ମଲିକ, ରମାନାଥ ଦାସ, ଅନନ୍ତ କୁମାର ଦାସ ଓ ସୁତାପା ଦାସ ଉକ୍ତ ସ୍ମୃତିସଭାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ

Leave A Reply