ବାଲେଶ୍ୱର-୦୮/୦୮: ଗତ ରବିବାର ଦିନ ସ୍ଥାନୀୟ ଦରଘା ପଡ଼ିଆରେ ରାତ୍ରି ସମୟରେ ଗୁମ୍ ଆଖଡ଼ା ·ଲିଥିବା ବେଳେ ମଛୁଆ ସାହି ଓ କସାବ ମହଲା ଆଖଡ଼ା ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିବାବେଳେ ଖବରପାଇ ଟାଉନଥାନା ଆଇଆଇସି ପର୍ଶୁରାମ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚôଥିଲେ । ପୁଲିସ ପକ୍ଷରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରାଯିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ଉଦ୍ୟମ କରାଯାଉଥିବା ବେଳେ ଥାନା ଆଇଆଇସି ଶ୍ରୀ ସାହୁଙ୍କ ଉପରେ ଆକ୍ରମଣ ହେବାରୁ ତାଙ୍କ ମୁଣ୍ଡ ଗଭୀରଭାବେ ଆଘାତ ଲାଗିଥିଲା । ତୁରନ୍ତ ଶ୍ରୀ ସାହୁଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ଗଣ୍ଡଗୋଳରେ ପୁଲିସ ସମେତ ଉଭୟପକ୍ଷର ମୋଟ ୨୩ଜଣ ଆହତ ହୋଇଥିବା ଖବର ମିଳିଛି ।