ବାଲେଶ୍ୱର-୨୫/୦୭ : ଏସ୍ଆଇଏସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତି ଆଶାୟୀ ଯୁବକମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ଦିବସ ଚୟନ ଓ ପଞ୍ଜିକରଣ ଅନୁଷ୍ଠିତ ହେଉଛି । ଏଥିପାଇଁ ଆବଶ୍ୟକୀୟ ଯୋଗ୍ୟତା ୧୦ମ ପାଶ୍, ବୟସ ୨୧ରୁ ୩୫, ୬୮ ସେ.ମି. ଏବଂ ଓଜନ ୫୬-୯୦ କି.ଗ୍ରା. ଆବଶ୍ୟକ । ସୁରକ୍ଷା ଅଧିକାରୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ୍ ଏବଂ ଉଚ୍ଚତା ୧୭୦ସେ.ମି. ଆବଶ୍ୟକ ଚୟନପରେ ସଂସ୍ଥା ପକ୍ଷରୁ ପ୍ରାର୍ଥୀ ମାନଙ୍କୁ ଏକମାସ ତାଲିମ ପ୍ରଦାନ ସହ ପୋଷାକ, ଜୋତା, ଟୋପି, ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଦିଆଯିବ ।
ଏଥିପାଇଁ ପ୍ରାର୍ଥୀଙ୍କୁ ଦେୟ ପ୍ରଦାନକରିବେ ତାଲିମ ପରେ ଏସ୍ଆଇଏସ୍ ସଂସ୍ଥା ରାଜ୍ୟ ତଥା ଦେଶ ଭିତରେ ବିଭିନ୍ନ ଶିଳ୍ପକ୍ଷେତ୍ର, ବ୍ୟାଙ୍କିଙ୍ଗ୍କ୍ଷେତ୍ର କୋର୍ପରେଟ୍ କ୍ଷେତ୍ର, ହୋଟେଲ, ଡାକ୍ତରଖାନା ଇତ୍ୟାଦିରେ ନିଯୁକ୍ତି ଦିଆଯିବ । ମାସିକ ଦରମା ୧୨ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ରହିଛି । ଏହି ନିଯୁକ୍ତି ଶିବିର ୨୬ ତାରିଖରେ ବାଲେଶ୍ୱର, ୨୭ରେ ରେମୁଣା,୨୮ରେ ବାହାନଗା,୨୯ରେ ଜଳେଶ୍ୱର, ୩୦ରେ ସିମୁଳିଆ, ୧ତାରିଖରେ ବାଲିଆପାଳ, ୨ତାରିଖରେ ବସ୍ତା, ୩ ତାରିଖରେ ଭୋଗରାଇ, ୪ତାରିଖରେ ଖଇରା, ୫ ତାରିଖରେ ନୀଳଗିରି, ୬ ତାରିଖରେ ସୋର ଏବଂ ୮ ତାରିଖରେ ଔପଦା ବ୍ଲକ କ୍ୟାମ୍ପସ୍ରେ ଚୟନ ପ୍ରକି୍ରୟା ହେବବୋଲି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
