ବାଲେଶ୍ୱର-୨୫/୦୭ : ରମ୍ୟ, ଗଳ୍ପ ଓ ସ୍ତମ୍ଭ ଲେଖକ ଅଞ୍ଜନ ଚାନ୍ଦଙ୍କୁ ଉକ୍ରଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନୀତ କରାଯାଇଛି । ଜୁଲାଇ ମାସ ୨୩ ଓ ୨୪ ତାରିଖ ଦୁଇଦିନ ଧରି ·ଲିଥିବା ଅନୁଷ୍ଠାନର ୧୨୦ତମ ବାର୍ଷିକ ସମାବର୍ତ୍ତନ ଉତ୍ସବର ଉଦ୍ୟାପନୀ ସନ୍ଧ୍ୟାରେ ଶ୍ରୀ ଚାନ୍ଦଙ୍କୁ ଏହି ସମ୍ମାନ ମିଳିଛି । ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶୀକାନ୍ତ ମିଶ୍ର ଓ ସମ୍ମାନୀତ ଅତିଥିଭାବରେ ବିଶିଷ୍ଟ ସାହିିତି୍ୟକ ଦାଶ ବେନହୂର ଯୋଗଦେଇ ଅଞ୍ଜନ ଚାନ୍ଦଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଉକ୍ରଳ ରତ୍ନ ସମ୍ମାନରେ ସମ୍ମାନୀତ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ଆଦିତ୍ୟ ପ୍ରସାଦ ଧଳ, ଉତ୍ସବରେ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଥିଲା
