ବାଲେଶ୍ୱର-୨୫/୦୭ : ବାଲେଶ୍ୱର ସଦର ବ୍ଲକ ରଣସାହି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା, ସମାଜସେବୀ, ତଥା ଧର୍ମପରାୟଣା ମହିଳା ତୁଳସୀ ମଲ୍ଲିକଙ୍କ ଗତ ୨୪ ତାରିଖ ଦିନ ହୃଦ୍ଘାତରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳଙ୍କୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା । ରଣସାହି ଗ୍ରାମର ନାରାୟଣ ମଲ୍ଲିକଙ୍କ ପତ୍ନୀ ତୁଳସୀ ମଲ୍ଲିକ ପୂର୍ବରୁ ଅଭିଭକ୍ତ ରଣସାହି ପଞ୍ଚାୟତର ସମିତି ସଭ୍ୟାରୂପେ ରହି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଦାନ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟକାନ୍ତ ବେହେରା ଜିଲ୍ଲା ବିଜେଡ଼ି ଏସ୍ସି ସଭାପତି ପ୍ରଫେସର ଶତୃଘନ ମଲ୍ଲିକଙ୍କ ସମେତ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ତନ୍ମୟ ମହାନ୍ତି, ପ୍ରଶାନ୍ତ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
