Odisha news

ଫକୀମୋହନ ପରିଷଦର ନିର୍ବାଚନ ଓ ମୋକଦ୍ଦମା: ସାଧାରଣ ପରିଷଦଦ୍ୱାରା ସମ୍ବିଧାନର ନିୟମ ପାଳିତ ହୋଇ ନିର୍ବାଚନ ହୋଇଛି

0

ବାଲେଶ୍ୱର-୨୩/୦୭ : ଓଡ଼ିଶାର ଏକ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଫକୀରମୋହନ ସାହିତ୍ୟ ପରିଷଦରେ ଗତବର୍ଷ ନଭେମ୍ବର ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ନଅମାସ ବିତିଯାଇଥିଲେ ମଧ୍ୟ କାଳୀପଦ ପଣ୍ଡା ଓ ରାଧାରଂଜନ ପଟ୍ଟନାୟକ ଅନୁଷ୍ଠାନ ବିରୋଧରେ ବିଭିନ୍ନ ସ୍ଥାନରେ କରିଥିବା ମୋକଦ୍ଦମା ଯୋଗୁଁ ଏହା କେବଳ ବାଲେଶ୍ୱର କାହିଁକି ସମଗ୍ର ଓଡ଼ିଶାରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ପ୍ରକାଶ ଥାଉ କି ଗତ ନଭେମ୍ବରରେ କାଳିପଦ ପଣ୍ଡା ଓ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ମଧ୍ୟରେ ସଭାପତି ପଦ ପାଇଁ ପ୍ରତିଯୋଗିତା ହୋଇଥିଲା ଓ ଏଥିରେ କାଳୀପଦ ପଣ୍ଡା ପରାସ୍ତ ହୋଇଥିଲେ । ପରାଜୟକୁ ସ୍ୱୀକାର ନ କରି ସେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଇତ୍ୟାଦିଙ୍କ ଦ୍ୱାରସ୍ଥ ହୋଇ ପୁନଃନିର୍ବାଚନ କରିବା ପାଇଁ ଅନୁରୋଧ କରିଥିଲେ । ସେମାନଙ୍କର ବକ୍ତବ୍ୟ ଥିଲା ଯେ କାର୍ଯ୍ୟକାରୀ ସମିତିର ବାରଜଣ ସଦସ୍ୟ ନିର୍ବାଚିତ ନ ହୋଇ କର୍ମକର୍ତ୍ତାଙ୍କଦ୍ୱାରା ମନୋନୀତ ହୋଇଥିବାରୁ ତାହା ଅସିଦ୍ଧ ଅଟେ । କିନ୍ତୁ ଜଣାଯାଇଛି ଯେ ଦୀର୍ଘ ୭୫ବର୍ଷ ହେଲା କାର୍ଯ୍ୟକାରୀ ସମିତିର ସଦସ୍ୟମାନେ ନିର୍ବାଚିତ ନ ହୋଇ ମନୋନୀତ ହୋଇ ଆସୁଛନ୍ତି । ମୋକଦ୍ଦମା କରିଥିବା ରାଧାରଂଜନ ପଟ୍ଟନାୟକ ସାଧାରଣ ସଭାରେ ନିଜେ ଠିଆ ହୋଇ କାର୍ଯ୍ୟକାରୀ ସମିତିର ସଦସ୍ୟମାନେ କର୍ମକର୍ତ୍ତାଙ୍କଦ୍ୱାରା ମନୋନୀତ ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ ଓ ତାହାକୁ ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ ।

ପୁଣି ନିର୍ବାଚନ ପାଇଁ ସଦସ୍ୟମାନଙ୍କ କୋ÷ଣସି ନାମ ପ୍ରସ୍ତାବିତ ହୋଇନଥିବାରୁ ୭୫ବର୍ଷର ପରମ୍ପରା ଅନୁସାରେ କର୍ମକର୍ତ୍ତାମାନେ କାର୍ଯ୍ୟକାରୀ ସମିତିର ସଦସ୍ୟମାନଙ୍କର ନାମ ମନୋନୟନ କରିଥିଲେ । ପରିଷଦର ସମ୍ବିଧାନର ଧାରା ୧୫(କ) ଅନୁଯାୟୀ ପରିଷଦର ସମସ୍ତ ବିଷୟରେ ସାଧାରଣ ପରିଷଦର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବାରୁ ଏହି ମନୋନୟନ କାର୍ଯ୍ୟ ସମ୍ବିଧାନର ନିୟମ ଅନୁସାରେ ହୋଇଥିଲା । ପୁନଶ୍ଚ କାଳିପଦ ପଣ୍ଡା ନିର୍ବାଚନ ପୂର୍ବରୁ ଯେଉଁ ପେନାଲ ତିଆରି କରିଥିଲେ ସେଥିରେ କର୍ମକର୍ତ୍ତାଙ୍କ ବ୍ୟତୀତ ଅନ୍ୟ କାହାରି ନାମ ନଥିଲା ଓ ସମଗ୍ର ନିର୍ବାଚନ ପ୍ରକି୍ରୟାରେ ଭାଗ ନେଇ ସେ ସମସ୍ତ କାର୍ଯ୍ୟକୁ ସ୍ୱୀକାର କରିଥିଲେ । ଏପରି ସ୍ଥଳେ ସେ ଦୁଇ ଦୁଇଥର ହାଇକୋର୍ଟକୁ ଯାଇ ପରିଷଦର କର୍ମକର୍ତ୍ତାଙ୍କ ବିରୋଧରେ ମୋକଦ୍ଦମା କରିଥିଲେ ଓ ଦୁଇଥରଯାକ ତାଙ୍କର ଆବେଦନ ହାଇକୋର୍ଟରେ ଗ୍ରହଣ କରା ନ ଯାଇ ସମାପ୍ତି ଘୋଷଣା କରାଯାଇଥିଲା । ଅତିରିକ୍ତ ଜିଲ୍ଳାପାଳ ଓ ଆଇ.ଜି.ଆର ମଧ୍ୟ ତାଙ୍କ ଦରଖାସ୍ତକୁ ଗ୍ରହଣ ନ କରି ନିମ୍ନ ଅଦାଲତକୁ ଯିବାକୁ ପରାମର୍ଶ ଦେଇଥିଲେ । ଏହି ମୋକଦ୍ଦମା ୨୧/୫/୨୦୨୨ ତାରିଖରେ ସିନିୟର ଡିଭିଜନ ସିଭିଲ ଜଜ୍କୋର୍ଟରେ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତ ୧୯ଜଣ କାର୍ଯ୍ୟକାରୀ ସମିତି ସଦସ୍ୟଙ୍କଠାରେ ନୋଟିସ ପହଞ୍ଚô ପାରିନାହିଁ । ଏହି ମୋକଦ୍ଦମାର ଫଇସଲା ନ ହେବା ପର୍ଯ୍ୟନ୍ତ ପରିଷଦର ଆଉ ନିର୍ବାଚନ ହେବାର ସମ୍ଭାବନା ନାହିଁ ବୋଲି ସାହିତି୍ୟକ ମହଲରେ ଆଲୋଚନା କରାଯାଉଛି ।

Leave A Reply