Odisha news

ଖଇରା,ପଳସା,ଗୋବିନ୍ଦପୁର ଓ ଗଗନଧୂଳି ସମିତିରେ ଧାନକିଣା ଆରମ୍ଭ

0

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଖଇରା,ପଳସା,ଗୋବିନ୍ଦପୁର ଏବଂ ଗଗନଧୁଳୀ ସେବା ସମବାୟ ସମିତି ଗୁଡିକରେ ସରକାରୀ ସ୍ତରରେ ଧାନକ୍ରୟର ଶୁଭାରମ୍ଭ ହୋଇଛି । ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମସ୍ତ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦୁ୍ୟମ୍ନ ରାଉତରାୟ,ସହକାରୀ ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ,ବାଲେଶ୍ୱର ଉପନିବନ୍ଧକ ପ୍ରଶାନ୍ତ କୁମାର ମହାନ୍ତି,ଏସଏଆରସିଏସ ଦେବାଶିଷ ଦାସ,ବ୍ଲକ ଯୋଗାଣବିଭାଗ ଅଧିକାରୀ ନିରଞ୍ଜନ ସାହୁ ଜିଲ୍ଲା ପରିଷଦ ସଭ୍ୟ ଜୟନ୍ତୀ ମହଲା,ପଳସା ସରପଞ୍ଚ ପଙ୍କଜିନୀ ଦାସମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

କଟନିଛଟନୀ ଆଳରେ ଯେମିତି ଚାଷୀଙ୍କୁ ଯେମିତି କ୍ଷତି ନସହନ୍ତି ସେଥିଲାଗି ମନ୍ତ୍ରୀ ପାଣିଗ୍ରାହୀ ଅଧିକରୀ ଓ ମିଲର ଏଜେଣ୍ଟ ମାନଙ୍କୁ ସତର୍କ କରାଇଥିଲେ । ଖଇରା ସମିତିର ସମ୍ପାଦକ ବନମାଳି ପୋଇ,ସହସମ୍ପାଦକ ଶ୍ରୀକାନ୍ତ ପଲେଇ ଓ ଉଦୟ କୁମାର ରାଉତ,ପଳସା ସମିତି ସମ୍ପାଦକ ରାଜେଶ କୁମାର ପାତ୍ର,ଗୋବିନ୍ଦପୁର ସମିତି ସମ୍ପାଦକ ପ୍ରଫୁଲ୍ଲ ଖଣ୍ଡା ଓ ସହ ସମ୍ପାଦକ ବିଭୁତି ଭୁଷଣ ରାଉତ,ଗଗନଧୂଳୀ ସେବା ସମବାୟ ସମିତି ସମ୍ପାଦକ ଗଗନ କୁମାର ଜେନା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଚାଷୀଙ୍କ ଠାରୁ ଧାନକିଣା ଯାଇଥିଲା । ଗୋବିନ୍ଦପୁରରେ ପ୍ରଥମ ଚାଷୀ ଭାବେ ରାଜେନ୍ଦ୍ର ଦାସଙ୍କ ନିକଟରୁ ୫୦କିଲୋ ଧାନ କିଣା ଯାଇଥିଲା । ପୂର୍ବତନ ସଭାପତି ରବିନ୍ଦ୍ର ବେହେରା,ସଭ୍ୟ ଶ୍ରୀଧର ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ପଳସା ସେବା ସମିତିରେ ମଣ୍ଡି ଉଦ୍ଘାଟନ ବେଲେ ଶତାଧିକ ଚାଷୀ ଅନଲାଇନ ପଞ୍ଜିକରଣରେ ହୋଇଥିବା ଅବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ପାଣିଗ୍ରାହୀ ଓ ଯୋଗାଣ ବିଭାଗ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୩୦ରୁ ଅଧିକ ଚାଷୀଙ୍କ ଜଳସେଚିତ ଜମିକୁ ପଞ୍ଜିକରଣ ତାଲିକାରୁ କାଟି ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ୧୦ଏକରରୁ ଉର୍ଦ୍ଧ ଜମିଥିବା ଚାଷୀଙ୍କ ନାମକୁ ଯାଞ୍ଚ ଚାଲିଥିବା ଆଳରେ ଝୁଲାଇ ରଖିଥିବା ସମ୍ପର୍କରେ ଦୃଷ୍ଟିଗୋଚର କରାଯାଇଥିଲା । ଚାଷୀ ହେମନ୍ତ କୁମାର ପୃଷ୍ଟି,ଉଦୟ କୁମାର ବେହେରା, ଅନିଲ ଦାସ,ରତିକାନ୍ତ ରାଉତ,କ୍ଷେତ୍ରମୋହନ ସେନାପତି,ମଧୂସୁଦନ ଦାସ ପ୍ରମୁଖ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ଲାଗି ଦାବି କରିଥିଲେ । ତୁରନ୍ତ ସମାଧାନ ଲାଗି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଧିକାରୀଙ୍କୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ

Leave A Reply