Odisha news

ବୈଶିଙ୍ଗା ଧର୍ମ ରକ୍ଷା ସମିତି ପକ୍ଷରୁ ହନୁମାନ ମନ୍ଦିର ଠାରେ ହନୁମାନ ଚାଳିଶା ପଠନ

0

ବେତନଟୀ/ବୈଶିଙ୍ଗା  :  ବୈଶିଙ୍ଗା ଠାରେ ଆଜି ଜିଲ୍ଳା ” ଧର୍ମ ରକ୍ଷା ସମିତି ” ପକ୍ଷରୁ ଧର୍ମ ରକ୍ଷା ଦିବସ ପାଳନ କରା ଯାଇଥିଲା ଏବଂ ସାମୁହିକ ହନୁମାନ ଚାଳିଶା ପଠନ କରା ଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରତି ବର୍ଷ ଏହି ଅଗଷ୍ଟ ୨୩ ତାରିଖ ଦିନଟିକୁ ସାରା ଓଡ଼ିଶାରେ ଧର୍ମ ଜାଗରଣ ସମନ୍ୱୟ ସମିତି ପକ୍ଷରୁ ” ଧର୍ମ ରକ୍ଷା ଦିବସ ” ଭାବେ ପାଳନ କରାଯାଇ ଆସୁଛି। ଏହି ଦିନ କନ୍ଧମାଳ ଠାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବର୍ବୋରଚିତ ହତ୍ୟାକାଣ୍ଡ ଘଟିଥିଲା। ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ହିନ୍ଦୁ ଧର୍ମ ବହୁ ସଙ୍କଟଜନକ ପରିସ୍ଥିତି କୁ ସାମ୍ନା କରୁଥିବା ଏବଂ ଭାରତ ବର୍ଷରେ ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ ଆଚାର୍ଯ୍ୟ ବିଜୟ କୁମାର ବ୍ରହ୍ମଚାରୀ , ଧର୍ମ ଜାଗରଣ ସମନ୍ୱୟ ର ଜିଲ୍ଲା ସଂଯୋଜକ ସଞ୍ଜିବ କୁମାର ପଣ୍ଡା , ସଭ୍ୟ ରାଜେନ୍ଦ୍ର କୁମାର ବିନ୍ଧାଣି ପ୍ରମୁଖ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଶରତ କୁମାର ମହାନ୍ତ , ଅଭିଳାଷ ସିଂ , ଶରତ ଚନ୍ଦ୍ର ସେନାପତି , ବଣିକ ସଂଘ ସଭାପତି ସୁଦର୍ଶନ ମହାପାତ୍ର , ରବିନ କୁମାର ପଣ୍ଡା , ପଙ୍କଜ କୁମାର ପଣ୍ଡା , ଜନ୍ମେଜୟ ଭଟ୍ଟ , ଅଜିତ ନାୟକ , ସତ୍ୟବ୍ରତ ମହାପାତ୍ର,ବିମଳେନ୍ଦୁ ମହାପାତ୍ର  ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ପ୍ରଧାନ ପ୍ରମୁଖ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ହିନ୍ଦୁ ଧର୍ମ ରକ୍ଷା ପାଇଁ ଆମ୍ଭମାନଙ୍କ ମଧ୍ୟରେ ଜାଗ୍ରତ ହେବାକୁ ପଡିବ ବୋଲି ଉପସ୍ଥିତ ସଂଚାଳକ ମାନେ ମତବ୍ୟକ୍ତ କରିଥିଲେ।

Nalco
Leave A Reply