Odisha news

ଚୋରକୁ ଚାବିକାଠି ଦେଇ ଜିଲ୍ଲା ପ୍ରଶାସନ ଦାୟିତ୍ବ ସାରିଲେ: ଅଭିଯୋଗକାରୀଙ୍କୁ ସୁଫଳ ମିଳିବତ !

0

ଚଣ୍ଡିଖୋଲ,୨୩/୮ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ଗତ ସୋମବାର ଦିନ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା! ଜିଲ୍ଲାପାଳ କୌଣସି କାରଣରୁ ଏଥିରେ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିବିର ପରିଚାଳିତ ହୋଇଥିଲା ଓ ଯାଜପୁର ଏସପିଙ୍କ ସମେତ ଜିଲ୍ଲା ଏବଂ ବ୍ଳକ ସ୍ଥରୀୟ ସମସ୍ତ ଅଧିକାରୀ ଏହି ଶିବିରରେ ଉପସ୍ଥିତ ଥିଲେ! ତେବେ ପୂର୍ବରୁ ବଡଚଣା ବ୍ଳକରେ ଯେତେଥର ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଥିଲା ସବୁଥର ଅପେକ୍ଷା ଏଥର ଅଭିଯୋଗକାରୀଙ୍କ ସଖ୍ୟା ଢେର ଅଧିକ ଥିଲା! ନିଜ ନିଜର ଆପତ୍ତି ଓ ଅଭିଯୋଗ କରିବାକୁ ଏତେ ସଖ୍ୟାରେ ଲୋକ ଏଠାରେ ଉପସ୍ଥିତ ହୋଇଥିଲେ ଯେ, ସତେ ଯେପରି ବଡଚଣା ବ୍ଳକ ଏକପ୍ରକାର ଜନ ସମୁଦ୍ର ପାଲଟି ଯାଇଥିଲା!

ଏତେ ସଖ୍ୟକ ଅଭିଯୋଗକାରୀଙ୍କୁ ଦେଖି ଶିବିରରେ ଉପସ୍ଥିତ ଅଧିକାରୀମାନେ ପ୍ରଥମେ ଏହାର କାରଣ ବୁଝିନପାରି ବ୍ୟସ୍ଥ ହୋଇପଡିଥିଲେ! ତେବେ ବ୍ଳକ ପ୍ରଶାସନ ଠାରୁ ନ୍ୟାୟ ନପାଇ ବିମୁଖଥିବା ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଅଭିଯୋଗକାରୀ ଜିଲ୍ଲା ପ୍ରଶାସନ ଉପରେ ଭରସାକରି ନ୍ୟାୟ ପାଇବା ଆଶାରେ ଏହି ଶିବିରରେ ଉପସ୍ଥିତ ହୋଇଥିବା ପରେ ଜଣାପଡିଥିଲା! ଅଭିଯୋଗକାରୀଙ୍କ ମଧ୍ୟରୁ ସର୍ବାଧିକ ଗରିବଲୋକ ଥିଲାବେଳେ ଆବାସ ଯୋଜନାରେ ଘରଖଣ୍ଡେ ପାଇବା ପାଇଁ ବହୁ ଆଶାକରି ଶିବିରକୁ ଆସିଥିଲେ! କାରଣ ବର୍ଷବର୍ଷ ଧରି ଏହି ଗରିବ ଯୋଗ୍ୟ ହିତାଧିକରୀମାନେ ବିଡିଓଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳିନଥିଲା!

ହେଲେ ଶିବିରରେ ଯୋଗଦେଇଥିବା ଅଭିଯୋଗକାରୀମାନେ ସମସ୍ତେ ନିଜ ଅଭିଯୋଗକୁ ପଞ୍ଜିକରଣ କରିନପାରି ଅନେକ ଫେରିଯାଇଥିଲେ! ଶିବିରରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଅଭିଯୋଗକାରୀ ଯୋଗଦେଇଥିଲେ ମଧ୍ୟ ସେଥିରୁ ମାତ୍ର  ୧୩୩୫ଟି ଅଭିଯୋଗ ପଞ୍ଜିକରଣ ହେବା ସମ୍ଭବ ହୋଇଥିଲା!ତେବେ ପଞ୍ଜିକୃତ ଅଭିଯୋଗ ଗୁଡିକରୁ ସର୍ବାଧିକ ୧୧ଶହରୁ ଉର୍ଦ୍ଧ୍ବ କେବଳ ଆବାସ ଯୋଜନାରେ ସାମିଲ ହେବାକୁ ଆପତ୍ତି ଅଭିଯୋଗ ରହିଥିଲା! ତେବେ ପଞ୍ଜିକୃତ ୧୩୩୫ ଅଭିଯୋଗ ମଧ୍ୟରୁ ମାତ୍ର ୧୦୬ଟି ଅଭିଯୋଗକୁ ଯୁଗ୍ମ ଶୁଣାଣି ପରିସରଭୁକ୍ତ କରାଯାଇ ଜିଲ୍ଲାପାଳ ଓ ଏସପିଙ୍କ ଇଜଲାସକୁ ନିଆଯିବା ସହ ତାହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା ଥିଲା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡିକୁ ସମାଧାନ ପାଇଁ ବ୍ଳକ ଓ ସ୍ଥାନୀୟ ପ୍ରଶାସନ ଉପରେ ଛାଡି ଦିଆଯାଇଥିଲା! ବିଶେଷକରି ଆବାସ ଯୋଜନାର ସମସ୍ତ ଆପତ୍ତି ଅଭିଯୋଗ ଗୁଡିକୁ ବିଡିଓ ସମାଧାନ କରିବେ ବୋଲି ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ସୂଚନା ଦେଇଥିଲେ! ଯାହା ଆବାସ ଯୋଜନାରେ ସାମିଲ ପାଇଁ ଆଶାୟୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିବା ସହ କଟା ଘାରେ ଚୁନ ମାରିବା ସଦୃଶ ହୋଇଥିଲା!

ଯେଉଁ ବିଡିଓଙ୍କ ପାଖକୁ ବର୍ଷ ବର୍ଷ ଧରି ଦୌଡି ସେମାନେ ଉପେକ୍ଷିତ ହୋଇଛନ୍ତି ଏବେ ତାଙ୍କଠାରୁ ସେମାନେ କି ନ୍ୟୟ ପାଇବେ ବୋଲି ବହୁ ଯୋଗଦେଗକାରୀ କ୍ଷୋଭର ସହ କହିଛନ୍ତି! ପ୍ରକୃତରେ ଯୁଗ୍ମ ଶୁଣାଣି ଶିବିରରେ ସେମାନେ ବିଡିଓଙ୍କ ବିରୋଧରେ ରହିଥବା ଅଭିଯୋଗର ଉପସ୍ଥାପନ କରିବା ସହ ଓ ଅଯୋଗ୍ୟ ହୀତାଧିକରୀଙ୍କୁ ଆବାସ ଯୋଗାଣ ବନ୍ଦକରି ସେମାନଙ୍କୁ ଏଥିରେ ସାମିଲ ପାଇଁ ଆପତ୍ତି କରିବାକୁ ଆସିଥିବା ବେଳେ ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ତାହାର ସମାଧାନ ନକରି ପୁଣି ସେହି ବିଡିଓଙ୍କୁ ଦାୟିତ୍ୱ ଦେବା ଚୋର ହାତରେ ଚାବିକାଠି ଦେବାପରି ହୋଇଛି ବୋଲି ବହୁ ଲୋକ ଅଭିଯୋଗ କରିଛନ୍ତି! ତେବେ ଆପତ୍ତି ଅଭିଯୋଗ ପଞ୍ଜିକୃତ କରିନପାରି ଏତେ ସଖ୍ୟକ ଗରିବ ଲୋକ କେଉଁ ଅବସ୍ଥାରେ ଶିବିରରୁ ଫେରିଗଲେ ଓ ଆବାସ ଯୋଜନାରେ କିପରି ସ୍ୱଛତା ଆଣି ଯୋଗ୍ୟ ହିତାଧିକାରୀଙ୍କୁ ସେଥିରେ ସାମିଲ କରାଯିବ ତାହାର କୌଣସି ତର୍ଜମା ବା ନିର୍ଜାସ ନହୋଇ ଶିବିର ଉଦଯାପିତ ହୋଇଥିବାରୁ ଅଭିଯୋଗକାରୀ ମାନଙ୍କୁ ଆଗକୁ କିପରି ସୁଫଳ ମିଳିବ ତାହା ଏଠାରେ ଆଲୋଚନା ହେଉଛି!

Nalco
Leave A Reply