Odisha news

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କ ଦେହାନ୍ତରେ ବୈଜୟନ୍ତଙ୍କ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି

0

ଭୁବନେଶ୍ୱର : ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କରୋନା ଆକ୍ରାନ୍ତ ହୋଇ କଟକର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ସ୍ୱାଇଁଙ୍କ ଦେହାନ୍ତରେ ବୈଜୟନ୍ତ ପଣ୍ଡା ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବୈଜୟନ୍ତ ପଣ୍ଡା ସ୍ବର୍ଗତ ସ୍ବାଇଁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଶୋକବାର୍ତ୍ତା ଟୁଟ୍ କରି ଲେଖିଛନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ଦକ୍ଷ ସଂଗଠକ ସହ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

Leave A Reply