Odisha news

ମାଲକାନଗିରି : କେଶବ ଚନ୍ଦ୍ର ନାୟକଙ୍କୁ କରୋନା ଯୋଦ୍ଧା-୨୦୨୦ରେ ସମ୍ମାନିତ

0
ମାଲକାନଗିରି !ତା:୭/୯/୨୦୨୦: ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ନାୟକଙ୍କୁ  ମା ଘର ଶାନ୍ତି ସେନା,ମାଲକାନଗିରି ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ! କେଶବ ଚନ୍ଦ୍ର ନାୟକ ସେ କେବଳ ଯେ ଜଣେ ସାମ୍ବାଦିକ ନୁହନ୍ତି,ସେ ଏକାଧାରରେ ଜଣେ ନିସ୍ବାର୍ଥପର ସମାଜ ସେବୀ,ପ୍ରକୃତି ବନ୍ଧୁ,କବି,ଲେଖକ,ଗାଳ୍ପିକ,ପ୍ରବନ୍ଧକ,ସୁବକ୍ତା ଅଟନ୍ତି !ସେ ଜଣେ ନିର୍ଭିକ ଏବଂ ଶ୍ରେଷ୍ଠ ସାମ୍ବାଦିକ ଭାବେ ୨୦୨୦ ମସିହା ପାଇଁ ଓଡିଶା ସରକାରଙ୍କ ଦ୍ବାରା ମାନପତ୍ର ସହ ପୁରସ୍କାର ପ୍ରାପ୍ତ !
୨୦୧୨/୧୩ ମସିହାରେ ଓଡିଶା ସରକାର ଜଙ୍ଗଲ ଓ ପରିବେଶ  ବିଭାଗ  ଦ୍ବାରା କେଶବ ଚନ୍ଦ୍ର ନାୟକଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ ପୂର୍ବକ ପୁରସ୍କାର କରାଯାଇଥିଲା ବେଳେ ବହୁ ସାହିତ୍ଯ ଅନୁଷ୍ଠାନ ଦ୍ବାରା ବହୁବାର ସମ୍ମାନିତ !ସେ ମାନବବାଦୀ ହେତୁବାଦୀ ସଂଗଠନର ସଭାୁତି ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମଗୁଡିକୁ ଯାଇ ସାମାଜିକ କୁସଂସ୍କାର ଅନ୍ଧ ବିଶ୍ବାସ ଦୂରିକରଣରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ,ବର୍ତ୍ତମାନ ଶ୍ରୀ ନାୟକ କରୋନା ସମୟରେ ବହୁ ମାଲକ୩ନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରେ ପହଞ୍ଚି ଲୋକମାନଙ୍କୁ କରୋନା ସଂପର୍କରେ ସଚେତନତା କରିବା ସହ ମାସ୍କ,ସାବୁନ ବଣ୍ଚନ କରିବା ସହ ସାମାଜ୍କ ଦୂରତ୍ବ ବଜାୟ ରଖିଲେ କରୋନାକୁ ଜିତି ପାରିବା ବୋଲି ବୁଝାଇବା ସହ ଲୋମାନଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ l
ଆଜି ମା ଘର ଶାନ୍ତି ସେନାର ଷଷ୍ଠ ବାର୍ଷିକ ଉତ୍ସବରେ କରୋନା ଯୋଦ୍ଧା-୨୦୨୦ ପାଇଁ ସମାଜସେବୀ ଭାବେ ସୁସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକଙ୍କୁ ମାନପତ୍ରଏବଂ ଉପଢୌକନ  ଦେଇ ସମ୍ମାନିତ କରାଯାଇଛି l ଏହି ଉତ୍ସବରେ ମା ଘର ଶାନ୍ତିସେନା ସଭାନେତ୍ରୀ ପ୍ରଶାନ୍ତି ଲତା ବିଷୋୟୀ, ମୁଖ୍ଯ ଅତିଥି ଭାବେ ପୂର୍ବତନ ଉପ ଜିଲ୍ଲାପାଳ ରଥି କୃଷ୍ଣ ପାତ୍ର,ମୁଖ୍ଯ ବକ୍ତା ଭାବେ ଉତ୍କଳ ସାହିତ୍ସ ସଂସଦ ସଭାପକି କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ କାଲିମେଳା ତହସିଲଦାର ଆଲୋକ ଅନୁଗୁଳିଆ,ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ଯକ୍ଷ ମାନସ ମାଡକାମୀ,ମା ଘର ଶାନ୍ତିସେନା ଉପଦେଷ୍ଠା ପ୍ରଭାକର ହନ୍ତାଳ ଯୋଗ ଦେଇଥିବା ବେଳେ ସର୍ବ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ l
Govt
Leave A Reply