Odisha news

ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାଇ ଭଉଣୀଙ୍କୁ ସିକ୍ୟୁରିଟି ଗାର୍ଡଙ୍କ ମାଡମରା ଘଟଣା : ଦୁଇ ସୁରକ୍ଷାକର୍ମୀ ଗିରଫ,ବିଜେପି ଯୁବମୋର୍ଚାର ଧାରଣା

0

ଚଣ୍ଡିଖୋଲ,୨୧/୮ ;  ଯାଜପୁର ଜିଲ୍ଲାର ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ମାହାଙ୍ଗା ବ୍ଳକ କୋଳିଅଠାର ଭାଇ ଭଉଣୀଙ୍କୁ ସାମାନ୍ୟ ଘଟଣାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ସୁରକ୍ଷା କର୍ମୀମାନେ ସଙ୍ଘବଦ୍ଧ ହୋଇ ନିସ୍ତୁକ ପିଟିବା ଓ ଡାକ୍ତରଖାନା ପରିସରରେ ଅଭାବନୀୟ କାଣ୍ଡ ଭିଆଇବା ଘଟଣାରେ ପୋଲିସ ରବିବାର ଦିନ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି! ଗିରଫ ଓ କୋର୍ଟ ଚାଲାଣ ହୋଇଥିବା ଦୁଇ ସୁରକ୍ଷା କର୍ମୀ ହେଉଛନ୍ତି ସ୍ଥାନୀୟ ଦେଉଳକୁର ଗ୍ରାମର ହିମାଂଶୁ ଜେନା(୩୦) ଓ ଶୁଭେନ୍ଦୁ ପ୍ରଧାନ(୪୦) !

ତେବେ ଏପରି ଅମାନବନୀୟ ଘଟଣାକୁ ନେଇ ଗତକାଲିଠାରୁ ଡାକ୍ତରଖାନା ପରିସର ସହ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି! ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପକ୍ଷରୁ ଏପରି ଘଟଣାକୁ ନିନ୍ଦା କରାଯିବା ସହ ତିବ୍ର ପ୍ରତିବାଦ କରାଯାଇଛି! ଜିଲ୍ଲା ବିଜେପି ଯୁବମୋର୍ଚା ପକ୍ଷରୁ ରବିବାର ସକାଳୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାରଣା ଦିଆଯିବା ସହ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ଦିଆଯାଇଥିଲା ବେଳେ କଗ୍ରେସ ଦଳ ପକ୍ଷରୁ ମଧ୍ୟ ଅନୁରୂପ ପ୍ରତିବାଦ କରାଯାଇ ଡାକ୍ତରଖାନା କତୃପକ୍ଷ ଓ ବଡଚଣା ଥାନାରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି!ମାହାଙ୍ଗା ବ୍ଳକ କୋଳିଅଠା ଗ୍ରାମର ତାପଷ ରଞ୍ଜନ ସାହୁ ନିଜ ରୋଗୀଣା ଭଉଣୀ ସରୋଜିନୀକୁ ଚିକିତ୍ସା ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ! ଭିଡ ଥିବାରୁ ସେମାନେ ଅନ୍ୟ ରୋଗୀଙ୍କ ସହ ଧାଡିରେ ଛିଡା ହୋଇଥିଲେ! ଏହି ସମୟରେ ସେଠାରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ନିୟମ ଭଙ୍ଗକରି(ସିକୁରିଟି ଗାର୍ଡ) ଧାଡିବାଦ ସିଧାସଳଖ ଅନ୍ୟ କେତେକ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ଛାଡିବାରୁ ଏହାକୁ ତାପଷରଞ୍ଜନ ଓ ତାଙ୍କ ଭଉଣୀ ପ୍ରତିବାଦ କରିଥିଲେ! ଯାହାକୁନେଇ ସପୃକ୍ତ ସୁରକ୍ଷା କର୍ମୀ ଓ ସେଠାରେ ନିଯୁକ୍ତ ତାର ଅନ୍ୟ ତିନିଜଣ ସାଥୀ ଯଥା ହିମାଂଶୁ ଜେନା,ନୃସିଂହ ରାଉତ,ଶୁଭେନ୍ଦୁ ପ୍ରଧାନ ଓ ପ୍ରଦୀପ ନାଥ ସଙ୍ଘବଦ୍ଧ ହୋଇ ତାପଷରଞ୍ଜନଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରିବାସହ ତଳେ ପକାଇ ନିର୍ଦୟଭାବେ ପିଟିବାସହ ଗୋଇଠା ବିଧା ମାରିଥିଲେ!ଏହି ସମୟରେ ତାପଷଙ୍କ ରୋଗୀଣା ଭଉଣୀ ଭାଇକୁ ଛାଡିଦେବାକୁ କାକୁତି ମିନତି କରିଥିଲେ ମଧ୍ୟ ସୁରକ୍ଷା କର୍ମୀମାନେ ତାଙ୍କୁ ମଧ୍ୟ ମାଡ ମାରିଥିଲେ! ସର୍ବ ସମ୍ମୁଖରେ ଏହି ଅଭାବନୀୟ କାଣ୍ଡ ଘଟିଥିଲା ଓ ଏହାର ଭିଡିଓ ସଙ୍ଗେ ସଙ୍ଗେ ମଧ୍ୟ ଭାଇରାଲ ହୋଇଥିଲା! ତେବେ ସୁରକ୍ଷା କର୍ମୀ ମାନେ ସ୍ଥାନୀୟ ଗ୍ରାମର ହୋଇଥିବାରୁ ଆହତ ଭାଇ ଭଉଣୀଙ୍କୁ ଧମକଦେଇ ଚୁପ କରି ଦେଇଥିଲେ!

ହେଲେ ଏହି ଖବର ପ୍ରଘଟ ହେବାପରେ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ଉପସ୍ଥିତ ଲୋକଙ୍କ ସହାୟତାରେ ବଡଚଣା ଥାନାକୁ ଆସି ଆହତ ତାପଷରଞ୍ଜନ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏତଲା ଦାୟର କରିଥିଲେ! ତେବେ ପ୍ରାରମ୍ଭିକ ଅବସ୍ଥାରେ ପୋଲିସ ଘଟଣାକୁ ହାଲକାଭାବି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ କରିଥିଲେ! ହେଲେ ରବିବାର ସକାଳୁ ଘଟଣାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଥାନା ଅଧିକାରୀ ସୁଶିଲକୁମାର ନାୟକ ଛୁଟିରୁଫେରି ୨୪୧/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁରକ୍ଷାକର୍ମୀ ହିମାଂଶୁ ଜେନା ଓ ଶୁଭେନ୍ଦୁ ପ୍ରଧାନଙ୍କୁ ଦେଉଳକୁର ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ! ଏହି ଘଟଣାରେ ସପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କରିଛି! ପାଣିକୋଇଲିର ଏକ ଘରୋଇ ସିକୁରିଟି ସସ୍ଥା ଦ୍ୱାରା ଏହି ଅଭିଯୁକ୍ତ ଗାର୍ଡ ମାନେ ଏଠାରେ ନିଯୁକ୍ତ ହୋଇଥିବା ଜଣାପଡିଛି! ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଜଳର ହୋଇଥବାରୁ ବହୁ ସମୟରେ ଡାକ୍ତର ଖାନରେ ଏପରି ଅନେକ ଅଭାବନୀୟ ଘଟଣା ଘଟାଇବା ସହ ସେମାନେ ବାହାର ରୋଗୀଙ୍କ ଉପରେ ଦାଦାଗିରି ଚଳାଇ ଆସୁଥିବା ଗୁରୁତର ଅଭିଯୋଗ ହୋଇଛି! ଏହି ଘଟଣା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ରଶ୍ମୀରଞ୍ଜନ ପଶାୟତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ସହ ସୁରକ୍ଷା କର୍ମୀଙ୍କ ଏପରି ଆଚରଣ ନେଇ ବଡଚଣା ଥାନା ଓ ସେମାନଙ୍କୁ ନିଯୁକ୍ତି ଦେଇଥିବା ଘରୋଇ ସିକୁରିଟି ସସ୍ଥାକୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି! ଫଳରେ ରବିବାର ସକାଳୁ ସପୃକ୍ତ ଅଭିଯୁକ୍ତ ସୁରକ୍ଷା କର୍ମୀ ମାନଙ୍କୁ ଏଠାରୁ ହଟାଇ ଦିଆଯାଇଛି! ବହୁ ସମୟରେ ଏହି ଡାକ୍ତରଖାନାରେ ଏପରି ଅନେକ ଅମାନବୀୟ କାଣ୍ଡ ଘଟି ଚାଲିଥିବାରୁ ଏହାର ସ୍ଥାୟୀ ସମାଧାନ ସହ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସାହାଯ୍ୟକାରୀ ମାନଙ୍କୁ ସୁରକ୍ଷା ତଥା ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି!

Leave A Reply