ନରସିଂହପୁର:ଆଠଗଡ଼ ବନଖଣ୍ଡ ବଡମ୍ବା ନରସିଂହପୁର ରେଞ୍ଜରେ ଆରମ୍ଭ ହୋଇଛି ହାତୀ ଗଣନା। ଚଳିତ ବର୍ଷ ଡ୍ରୋନ ମାଧ୍ୟମରେ ଗଣନା କରାଯାଉଛି। ବଡମ୍ବା ନରସିଂହପୁର ରେଞ୍ଜ ରେ ଗତବର୍ଷ ସମୁଦାୟ ୭୦ ଟି ହାତୀ ରହିଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସମୁଦାୟ ୪୫ଟି ହାତୀ ଗଣନା ହୋଇଛି। ହାତୀ ଗଣତି ପାଇଁ ବଡମ୍ବା ରେଞ୍ଜରରେ 12 ଟି ମଞ୍ଚା ଏବଂ ନରସିଂହପୁର ର ଦୁଇଟି ରେଞ୍ଜ ରେ 17ଟି ମଞ୍ଚା କରାଯାଇ ହାତୀର ଗତିବିଧି ଉପରେ ନଜର ରଖା ଯାଇଛି। ସେହିପରି ବଡମ୍ବା ରେଞ୍ଜ ରେ 15 ଟି ୟୁନିଟ୍ ନରସିଂହପୁର ରେ 26 ଟି ୟୁନିଟ ହୋଇଛି। ପ୍ରତି ୟୁନିଟ ରେ 3 ଜଣ ଷ୍ଟାଫ ନିୟୋଜିତ ରହିଛନ୍ତି । ବଡମ୍ବା ରେଞ୍ଜ ରେ 26ଟି ହାତୀ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ବେଳେ ବଡମ୍ବା ଯୋଡୁମୁ, କଣ୍ଟାପଡ଼ା, ଭଟ୍ଟାରିକା ଅଞ୍ଚଳରେ ହାତୀ ନଥିବା ଜଣାପଡିଛି।ଏବେ ପର୍ଯ୍ୟନ୍ତ ନରସିଂହପୁର ରେଞ୍ଜ ରେ 45 ଟି ହାତୀ ଥିବା ଗଣତି ହୋଇଚି। ସେହିପରି ନରସିଂହପୁର ରେଞ୍ଜ ର ବୋକଡା ଓ ଏକଡାଳରେ ହାତୀ ନଥିବା ନରସିଂହପୁର ଇଷ୍ଟ ରେଞ୍ଜ ଅଧିକାରୀ ସୁବାସ ରାଉତ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।