୨୭ ବର୍ଷ ପରେ ଆଜି ଆସିବ ବିବାଦୀୟ ବାବରୀ ମସଜିଦ ଢାଞ୍ଚା ଧ୍ୱଂସ ମାମଲାର ରାୟ ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସ ମାମଲାରେ ଆସନ୍ତାକାଲି ରାୟ
ଆସିବ । ସୁପ୍ରିମ କୋର୍ଟ ପ୍ରତ୍ୟେକ କ୍ଷେତ୍ରରେ ୩୦ ସେପେଫମ୍ବର ସୁଦ୍ଧା ନିଜ ରାୟ ଶୁଣାଇବାକୁ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ନିର୍ଦେଶ ଦେଇଥିଲେ । ୧୯୯୨ ମସିହାରେ ଅଯୋଧ୍ୟାରେ ହୋଇଥିବା ବାବରୀ ମସଜିଦ ଧ୍ୱଂସ ମାମଲାରେ ପ୍ରାୟ ୨୭ ବର୍ଷ ପରେ ସିବିଆଇ କୋର୍ଟ ଏହାର ରାୟ ପ୍ରଦାନ କରିବେ । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ପୂର୍ବ ଗୃହମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ପୂର୍ବତନ ରାଜ୍ୟପାଳ ତଥା ପୂର୍ବ ୟୁପି ସିଏମ କଲ୍ୟାଣ ସିଂ, ବିଜେପି ନେତା ବିନୟ କଟିୟାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ସିଏମ ଉମା ଭାରତୀ ଅଭିଯୁକ୍ତ ହୋଇଛନ୍ତି । ୨ ସେପେଫମ୍ବରରୁ କୋର୍ଟ ଏହାର ରାୟ ଲେଖିବା ଆରମ୍ଭ କରିଥିଲେ । ସ୍ୱତନ୍ତ୍ର ଜଜ୍ ସୁରେନ୍ଦ୍ର କୁମାର ଯାଦବ ଏହି ରାୟ ସୁନାଇ ପାରନ୍ତି । ୬ ଡିସେମ୍ବର ୧୯୯୨ ରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ସମୁଦାୟ ୪୯ ଟି ମାମଲା ପଞ୍ଜିକୃତ ହୋଇଥିଲା । ଗୋଟିଏ ଏଫଆଇଆର ଫୌଜାବାଦର ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏଏସଓ ପ୍ରିୟବନ୍ଦା ନାଥ ଶୁକ୍ଲା ଓ ଅନ୍ୟଟି ଏସଆଇ ଗଙ୍ଗା ପ୍ରସାଦ ତିୱାରୀଙ୍କ ନିକଟରେ ଦାଖଲ କରାଯାଇଥିଲା । ଅବଶିଷ୍ଟ ୪୭ଟି ଏଫ୍ଆଇଆର୍ ବିଭିନ୍ନ ସାମ୍ବାଦିକ ଓ ଫଟୋଗ୍ରାଫରଙ୍କ ଦ୍ୱାରା ବିଭିନ୍ନ ତାରିଖରେ ଦାଖଲ କରାଯାଇଥିଲା । ୫ ଅକେଫାବର ୧୯୯୩ ମସିହାରେ ସିବିଆଇର ଯାଞ୍ଚ ପରେ ଏହି ମାମଲାରେ ମୋଟ ୪୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଏଥିମଧ୍ୟରୁ ୧୭ ଜଣଙ୍କର କୋର୍ଟରେ ମାମଲା ଚାଲୁଥିବା ସମୟରେ ମୃତ୍ୟୁ ହୋଇସାରିଛି ।