Odisha news

ଆୟୁର୍ବେଦରେ ଚିକିତ୍ସା : ଦେଶୀ ଘିଅ ସେବନ ଉଚ୍ଚ ରକ୍ତଚାପ ସହ ବିଭିନ୍ନ ରୋଗ ଠାରୁ ଦୁରେଇ ରଖିଥାଏ

0

ଅନେକ ଲୋକଙ୍କର ଧାରଣା ରହିଥାଏ ଯେ ଉଚ୍ଚ ରକ୍ତଚାପ ରେ ଘିଅ ଖାଇବା ଠିକ ନୁହେଁ l କିନ୍ତୁ ଏହା ଭୁଲ ଧାରଣା ଅଟେ l ପୁରୁଣା କାଳରେ ଲୋକମାନେ ଦେଶୀ ଘିଅ ଖାଉଥିଲେ l ଯେଉଁ କାରଣରୁ ଶରୀରକୁ ଫୁର୍ତି ଓ ସତେଜତା ମିଳୁଥିଲା l ତା ସହିତ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳୁଥିଲା l ଦେଶୀ ଘିଅ ଶରୀରର ହାଡ଼ କୁ ଶକ୍ତ କରିବା ସହିତ ରୋଗ ଠାରୁ ଶରୀରକୁ ରକ୍ଷା କରୁଥିଲା l କିନ୍ତୁ ଦେଶୀ ଘିଅ ବଜାରର ଘିଅ ଅପେକ୍ଷା ଘରେ ପ୍ରସ୍ତୁତ ହେଉଥିବା ଘିଅ ଶରୀର ପାଇଁ ଖୁବ ହିତକର l

* ଦେଶୀ ଘିଅରେ ପାଣି, ଭିଟାମିନ ଏ, କ୍ୟାଲୋରୀ, ଆଦି ବିଭିନ୍ନ ତତ୍ୱ ରହିଥାଏ, ଯାହା ତ୍ୱଚାର ବିଭିନ୍ନ ସମସ୍ୟା କୁ ଦୂର କରିଥାଏ l

* ଦେଶୀ ଘିଅରେ ଥିବା ଭିଟାମିନ ଇ ଆଣ୍ଟି ଏଜିଙ୍ଗ କୁ ବୃଦ୍ଧି କରିଥାଏ, ସେଥିପାଇଁ ନିୟମିତ ଭାବରେ ଘିଅ ସେବନ କରିବା କିମ୍ବା ଲଗାଇବା ଆପଣଙ୍କ ତ୍ୱଚା କୁ ଚମକ ଦାର କରିବା ସହିତ କୁଞ୍ଚନ ହୋଇ ନଥାଏ l

* ନିଜ ତ୍ୱଚାକୁ ସନବର୍ନ ରୁ ଦୁରେଇ ରଖିବା ପାଇଁ ଦେଶୀ ଘିଅର ବ୍ୟବହାର କରିପାରିବେ l ପ୍ରତିଦିନ ମୁହଁରେ ଘିଅ ଲଗାଇବା ଦ୍ୱାରା ଖରା ର ପ୍ରଭାବ ତ୍ୱଚା ଉପରେ ପଡି ନଥାଏ l

* ଶରୀରର ହାଡ଼ ଜନିତ ସମସ୍ୟା ପାଇଁ ଦେଶୀ ଘିଅ ଖୁବ ହିତକର l ଦେଶୀ ଘିଅ ନିୟମିତ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ ଓ ମାଲିସ ଦ୍ୱାରା ହାଡ଼ ଜନିତ ସମସ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ l

* ଦେଶୀ ଘିଅ ସେବନ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ l ତା ସହିତ ଦେଶୀ ଘିଅ ମଧ୍ୟ ଉଚ୍ଚ ରକ୍ତଚାପ ପାଇଁ ଖୁବ ହିତକର l ତେଣୁ ଘିଅରେ ଡ଼ାଲିଚୀନୀ ମିଶାଇ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ , ଏହାଛଡା କଞ୍ଚା ରସୁଣ ଓ ତୁଳସୀପତ୍ର କୁ ଯଦି ଆପଣ ଦେଶୀ ଘିଅ ରେ ମିଶାଇ ସେବନ କରିବେ ଏହା ଆପଣଙ୍କ ରକ୍ତଚାପ କୁ ନିୟନ୍ତ୍ରିତ କରିବ l

Leave A Reply