Odisha news

ଅଟୋ ପଛକୁ ଧକ୍କାଦେଲା ଟିପ୍ପର ; ଡ୍ରାଇଭର ସମେତ ୪ ଆହାତ

0

ଛତ୍ରପୁର ୨୦/୦୩ : ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଅଟୋକୁ ଧକ୍କା ଦେଲା ଟିପ୍ପର । ଫଳରେ ଅଟୋ ଡ୍ରାଇଭର ସମେତ ୪ ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଡ୍ରାଇଭର ପି. ସନ୍ତୋଷ କୁମାର (୩୧), ଜି. ହେମଲତା (୨୨), ଜି. ଭେଏଙ୍କଟ ରାଓ (୩୩) ଓ କେ. ଓମକାର ରାଓ (୧୮) । ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ରେଳ ଷ୍ଟେସନ ରୁ ଏକ ଓଡି୦୭ ଏଜେ ୧୪୧୩ ନମ୍ବର ବିଷିଷ୍ଠ ଏକ ଅଟୋ ପାଲିଆ ଛତ୍ରପୁର ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଓଡି୦୭ଏଜି ୫୪୭୫ ନମ୍ବର ବିଷିଷ୍ଠ ଏକ ଟିପ୍ପର ଅଟୋ ପଛପଟୁ ଧକ୍କା ଦେଇଥିଲା । ଆହାତ ମାନଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଛତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିଲା ।

Nalco
Leave A Reply