Odisha news

ଆଜି ବି ମରିନାହିଁ ମାନବିକତା : ଅଟୋ ଚାଳକ ଦେଖାଇଲେ ମଣିଷ ପଣିଆ

0

କରୋନା ମହାମାରୀ ପୋଷା ଜୀବଜନ୍ତୁଙ୍କ ପାଇଁ ଗୋଟିଏ ବଡ଼ ବିପଦ ନେଇ ଆସିଲା l କାରଣ ଲୋକମାନେ ଆରମ୍ଭରୁ ଡରି ଗାଲେଯେ ଜୀବଜନ୍ତୁଙ୍କ ଦ୍ୱାରା ମଧ୍ୟ କରୋନା ସଂକ୍ରମଣ ହୋଇପାରେ l ଯେଉଁଠାରେ ଦେଖିବାକୁ ମିଳିଥିଲା ଅଧିକାଂଶ ଲୋକ ନିଜକୁ ରକ୍ଷା କରିବା ପାଇଁ ପୋଷା ଜୀବଜନ୍ତୁଙ୍କୁ ଘରୁ ବାହାର କରି ଦେଇଥିଲେ l

କିନ୍ତୁ ଏହି ସବୁଥିର ବ୍ୟତିକ୍ରମ ଦେଖା ଯାଇଥିଲା ଜଣେ ଅଟୋ ଚାଳକଙ୍କ ପାଖରେ ,କାରଣ ସେ ନିଜର ପୋଷା ଜୀବଜନ୍ତୁଙ୍କ ସହିତ ସେହି ସମୟରେ ସବୁବେଳେ ରହିଥିଲେ ,ଏପରି କି ଯଦି ଯାତ୍ରୀମାନେ କେଉଁଆଡେ ଯିବାପାଇଁ ଆସୁଥିଲେ ସେ ତାଙ୍କୁ ଫେରାଇ ଦେଉଥିଲେ l ଏହି ଅଟୋ ଚାଳକଙ୍କ କାହାଣୀ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା l ସେ ତାଙ୍କ ଭଉଣୀଙ୍କ ସହିତ ମିଶି ଗୋଟିଏ ଅଟୋ କିଣିଥିଲେ l

ପ୍ରଭୁ ନାମକ ଜଣେ ବ୍ୟକ୍ତି ଫେସବୁକ୍ ରେ ହରବିନ୍ଦର ସିଂହର ଫଟୋ ପୋଷ୍ଟ କରି ଲେଖିଥିଲେ “ଆଜି ମୁଁ ବାସ୍ତବିକ ଜଣେ ସାନ୍ତାଙ୍କ ସହିତ ଦେଖା କରିଛି l ” ପ୍ରଭୁ କହିଛନ୍ତି ହରବିନ୍ଦର ଓ ତାଙ୍କ ଭଉଣୀ ଲିନା ଗୋଟିଏ ଅଟୋ କିଣିଥିଲେ l ଯେତେବେଳେ ମୁଁ ଦୁଇଜଣଙ୍କୁ ଦେଖିଲି ସେତେବେଳେ ମୋ ମନରେ ଉତ୍ସାହ ଜାତ ହୋଇଥିଲା ତାଙ୍କ ସହିତ କଥା ହେବ ପାଇଁ l ମୁଁ ଦେଖିଥିଲି ଗୋଟିଏ ଛୋଟ କୁକୁର ଛୁଆ ଅଟୋ ଭିତରେ ଗୋଟିଏ ଗାଲିଚା ଉପରେ ଶୋଇଥିଲା l ହରବିନ୍ଦର ସିଂହ କୁକୁର ଛୁଆଟିକୁ ନିଜ ଘରକୁ ନେଇ ଆସିଥିଲେ l ଏବଂ ତାହାକୁ ଖାଇବା ପିଇବାକୁ ଦେଇ ନିଜ ଘରେ ରଖିଥିଲେ l

କିନ୍ତୁ ଯେତେବେଳେ ଅଟୋ ଚଳାଇବାକୁ ଯିବାକୁ ପଡିଥିଲା ସେ ନିଜ ସହିତ କୁକୁର ଛୁଆଟିକୁ ମଧ୍ୟ ନିଜ ସହିତ ନେଇ ଯାଉଥିଲେ l କାରଣ କୁକୁର ଛୁଆଟିର ଯତ୍ନ ନେବା ପାଇଁ କେହି ନଥିଲେ l ଯେଉଁ ଗ୍ରାହକ କୁକୁର ଛୁଆଟି ସହିତ ଯାତ୍ରା କରିବାକୁ ପସନ୍ଦ କରୁ ନଥିଲେ ହରବିନ୍ଦର ସିଂହ ତାଙ୍କୁ କିଛି କହୁନଥିଲେ l ନିଜ ରାସ୍ତାରେ ଆଗକୁ ବଢି ଯାଉଥିଲେ l କିନ୍ତୁ ଯେଉଁ ଗ୍ରାହକ କୁକୁର ଛୁଆଟି ସହିତ ଯିବାକୁ ଇଛା କରୁଥିଲେ ସେ ତାଙ୍କୁ ଧନ୍ୟବାଦ ଜଣାଉଥିଲେ l ହରବିନ୍ଦର ସିଂହ ନିଜ ସହିତ କୁକୁର ଛୁଆର ଖାଦ୍ୟ ଓ ପାଣି ମଧ୍ୟ ନେଇ ଯାଉଛନ୍ତି l ପ୍ରଭୁ ଲେଖିଛନ୍ତି ଯେ ଆଜି ମଧ୍ୟ ଦୁନିଆରେ କିଛି ଭଲ ଆତ୍ମା ରହିଛନ୍ତି ଯେଉଁମାନେ ଅଲଗା ଅଲଗା ଭାବରେ ଅନ୍ୟ ମାନଙ୍କର ସହାୟତା କରି ଥାନ୍ତି l ଯେତେଦିନ ପର୍ଯ୍ୟନ୍ତ ଏପରି ଭଲ ଲୋକମାନେ ଦୁନିଆରେ ରହିଛନ୍ତି କାହାର କୌଣସି ଅସୁବିଧା ହେବ ନାହିଁ l

Nalco
Leave A Reply