Odisha news

ସାଢେ଼ ୪କୋଟି ଟଙ୍କା ମାସିକ ଆୟ , ରହିବା ପାଇଁ ପ୍ରାସାଦ ଭଳି ଘର ତଥାପି କେହି ପ୍ରସ୍ତୁତ ନୁହନ୍ତି ଏଭଳି ଚାକିରୀ କରିବା ପାଇଁ

0
ଆମ ଦେଶରେ ବେରୋଜଗାରି ଗୋଟିଏ ଏଭଳି ସମସ୍ୟା ଯେଉଁଠି ଲୋକେ ଚାକିରୀ ଖଣ୍ଡିଏ କରିବା ପାଇଁ ଦୁନିଆର ଯେକୌଣସି ସ୍ଥାନରେ ପହଞ୍ଚି ଯାଉଛନ୍ତି । ଆଜି ବିଶ୍ୱ ର ପ୍ରତ୍ୟେକ ସ୍ଥାନରେ ଭାରତୀୟ ଲୋକ ଙ୍କ ଉପସ୍ଥିତି କୌଣସି ନା କୌଣସି ରୂପରେ ରହିଛି । କିନ୍ତୁ ଏଭଳି କିଛି ସ୍ଥାନ ମଧ୍ୟ ରହିଛି ଭଲ ବେତନ ସହିତ ରହିବା ସୁବିଧା ଥାଇ ମଧ୍ୟ ଲୋକେ ଚାକିରୀ କରିବାକୁ ପ୍ରସ୍ତୁତ ନୁହନ୍ତି ।
ଆଜି ଆମେ ଆପଣଙ୍କୁ ଏଭଳି କରିବା କିଛି ସ୍ଥାନ ବିଷୟରେ କହୁଛୁ , ଯେଉଁଠାରେ ଚାକିରୀ ପାଇଁ ଇଛୁକ ପାର୍ଥି ଙ୍କ ପାଇଁ ଅତି ଭଲ ବେତନ ସହିତ ରହିବା ପାଇଁ ଭଲ ଘର ମଧ୍ୟ ଦିଆଯାଉଛି । ତଥାପି ଏଠାରେ କେହି ଚାକିରୀ କରିବା ପାଇଁ ପ୍ରସ୍ତୁତ ନୁହନ୍ତି ।
ବିଶେଷ ଭାବରେ ଏହି ଚାକିରୀ ଜଣେ ଡାକ୍ତର ପାଇଁ , ସେଥି ପାଇଁ ନିହାତି ବେଶିକ୍ କ୍ୱାଲିଫିକେଶନ ର ଆବଶ୍ୟକତା ମଧ୍ୟ ରହିଛି । ଯଦି କାହା ନିକଟରେ ଏହି ଡିଗ୍ରୀ ରହିଛି ତେବେ ସେ ଅଷ୍ଟ୍ରେଲିଆ ରେ ଚାକିରୀ କରି ପାରିବେ ।
ଡେଲୀ ଷ୍ଟାର ର ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ର ସୁଦୂର ଗ୍ରାମ କ୍ଵାଇରେଡିଂ ରେ ଚାକିରୀ ପାଇଁ ଏହି ନିଯୁକ୍ତି ବାହାରିଛି । ଏହି ଗାଁ ରେ ଗୋଟିଏ ଜେନେରାଲ ପ୍ରାକ୍ଟିସନର୍ ର ଆବଶ୍ୟକତା ରହିଛି । ପଶ୍ଚିମ ଅଷ୍ଟ୍ରେଲିଆ ର ଏହି ଗାଁ ରେ ଡାକ୍ତର ଙ୍କ ପାଇଁ ୪କୋଟି ୬୦ ହଜାର ଟଙ୍କାର ବେତନ ମଧ୍ୟ ଦିଆଯିବାର ନିଯୁକ୍ତି ରେ ଦର୍ଶା ଯାଇଛି । ଏହାଛଡା ୪ ବେଡ୍ ରୁମ୍ ବିଶିଷ୍ଟ ଘରଟିଏ ମଧ୍ୟ ଦିଆ ଯିବାର ନିଯୁକ୍ତି ରେ ଦର୍ଷା ଯାଇଛି । ଏହି ଗାଁ ଟି ଅଷ୍ଟ୍ରେଲିଆ ର ରାଜଧାନୀ ଠାରୁ ୧୭୦ କିଲୋ ମିଟର ଦୂରରେ ଅବସ୍ଥିତ ଓ ଏଠାରେ ଦୀର୍ଘ ଦିନରୁ ଜେନେରାଲ ପ୍ରାକ୍ଟିସନର୍ ମଧ୍ୟ କେହି ନାହାନ୍ତି । ଏଠାରେ ୬୦୦ ରୁ ଉର୍ଦ୍ଧ୍ବ ଲୋକ ରହୁଛନ୍ତି , କିନ୍ତୁ ତାଙ୍କର ଚିକିତ୍ସା ପାଇଁ କୌଣସି ମେଡିକାଲ ଷ୍ଟୋର କିମ୍ବା ଡାକ୍ତର ମଧ୍ୟ ନାହାନ୍ତି ।
Nalco
Leave A Reply