ମହିଳା ହୁଅନ୍ତୁ କିମ୍ବା ପୁରୁଷ ଓଜନ ହ୍ରାସ କରିବା କୌଣସି ଆହ୍ବାନ ଠାରୁ ମଧ୍ୟ କମ୍ ନୁହେଁ । ଯେବେକି ପୁରୁଷ ମାନେ ଯିମ୍ ଯାଇ , ବ୍ୟାୟାମ କରି ଓଜନ ନିୟନ୍ତ୍ରଣ କରି ପାରିବେ , କିନ୍ତୁ ଘରେ କାମ କରୁଥିବା ମହିଳା ମାନେ ଏଭଳି ବ୍ୟସ୍ତତା ମଧ୍ୟରେ ରହି ଯାଆନ୍ତି ଯେ ସେମାନଙ୍କ ପାଇଁ ଓଜନ ହ୍ରାସ କରିବା ସମ୍ଭବପର ହୋଇ ନଥାଏ । ଏପରି ସ୍ଥିତି ରେ ଆଜି ଆସନ୍ତୁ ଜାଣିବା ଘରୋଇ ଉପାୟ ରେ ଥିବା କିଭଳି ଓଜନ ହ୍ରାସ କରିବା । ଏଥିପାଇଁ ଆପଣଙ୍କୁ ବାହାରକୁ ଯିବା ଆବଶ୍ୟକ ନାହିଁ କିମ୍ବା ଅଧିକ ପରିଶ୍ରମ କରିବାର ମଧ୍ୟ ନାହିଁ । ସେଥିପାଇଁ ଆପଣଙ୍କ ରୋଷେଇ ଘରେ ଥିବା ଜୀରା ହିଁ କାଫି ।
ବିଶେଷଜ୍ଞ , ନ୍ୟୁଟ୍ରିସନିଷ୍ଟ୍ ମାନେ ମଧ୍ୟ ଏହାକୁ ମାନ୍ୟତା ଦେଇଛନ୍ତି । ଜିରା ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ମାଙ୍ଗାନିଜ , ଲୌହ , କ୍ୟାଲସିୟମ , ଫସଫରସ ପ୍ରଚୁର ମାତ୍ରାରେ ରହିଛି । ଜୀରା ପାଣି ନିୟମିତ ସେବନ ଦ୍ଵାରା ଶରୀର ରେ ମେଦ ବୃଦ୍ଧି ହୋଇ ନଥାଏ ଓ ଇମ୍ୟୁନିଟି ବୃଦ୍ଧି ହୋଇଥାଏ ।
* ଜିରା ପାଣି ଓ ଭୃଷୁଙ୍ଗ ପତ୍ର -:
ଜିରା ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ରାତିରେ ୨ଚାମଚ୍ ଜୀରା କୁ ବତୁରାଇ ନିଅନ୍ତୁ ସକାଳୁ ସେଥିରେ ୭ଟି ଭୃଶୁଙ୍ଗ ପତ୍ର ପକାଇ ଫୁଟାଇ ନିଅନ୍ତୁ । ଏହାକୁ ନିୟମିତ ସେବନ ଦ୍ଵାରା ଆପଣଙ୍କ ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ବିଏମଆଇ କୁ କମ୍ କରିଥାଏ ।
* ଜୀରା ଓ ଡାଲଚିନ୍ ପାଣି :-
ଡାଲଚିନ୍ ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ରାତିରେ
ଡାଲଚିନ୍ ଓ ଜୀରା କୁ ବତୁରାଇ ଦିଅନ୍ତୁ । ଏହାପରେ ତାହାକୁ ସକାଳୁ ଗରମ କରି ସାମାନ୍ୟ ଲୁଣ ମିଶାଇ ସେବନ କରନ୍ତୁ ।
* ଲେମ୍ବୁ ଓ ଜୀରା ପାଣି :-
ନିୟମିତ ରାତିରେ ଜୀରା କୁ ପାଣିରେ ବତୁରାଇ ରଖି ନିଅନ୍ତୁ ସକାଳୁ ତାହାକୁ ଫୁଟାଇ ନିଅନ୍ତୁ । ଏହାପରେ ସେଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଓଜନ ହ୍ରାସ ସହିତ କୋଳେଷ୍ଟ୍ରାଲ ମଧ୍ୟ ନିୟନ୍ତ୍ରିତ ହେବ ।
* ଜୀରା ଓ ଧନିଆ ପାଣି -:
ଜୀରା ଓ ଧଣିଆ ଉଭୟ ଜିନିଷ ଓଜନ ହ୍ରାସ ପାଇଁ ଉପଯୋଗୀ । ଆପଣ ନିୟମିତ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ଜିରା ଓ ଧନିଆ କୁ ବତୁରାଇ ରଖି ନିଅନ୍ତୁ। ସକାଳୁ ଏହାକୁ ଛାଣି ନିଅନ୍ତୁ । ସେଥିରେ ସାମାନ୍ୟ ଲେମ୍ବୁରସ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଓଜନ ହ୍ରାସ ହୋଇଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ମଧ୍ୟ ଲାଗି ନଥାଏ ।
