Odisha news

ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଫୁସଫୁସ୍ ସଂକ୍ରମିତ ହୋଇ ନଥାଏ, ଏହାଦ୍ବାରା ମସ୍ତିସ୍କ ମଧ୍ୟ ପ୍ରଭାବିତ ହୁଏ

0
ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡ଼ିଛି ଯେ ଏୟାର ପଲ୍ୟୁସନ୍ କେବଳ ଆପଣଙ୍କ ଫୁସଫୁସ କୁ ପ୍ରଭାବିତ କରିନଥାଏ , ଏହା ଆପଣଙ୍କ ମସ୍ତିସ୍କ କୁ ମଧ୍ୟ ପ୍ରଭାବିତ କରେ । ନିକଟରେ ହୋଇଥିବା ୨ଟି ଅଧ୍ୟୟନ ଅନୁସାରେ ଦୀର୍ଘ ସମୟ ଧରି ପ୍ରଦୂଷିତ ଜଳବାୟୁ ରେ ନିଃଶ୍ୱାସ ନେବା ଦ୍ଵାରା ଆପଣ ଡିପ୍ରେଶନ ର ଶିକାର ହୋଇ ପାରନ୍ତି । ଅର୍ଥାତ୍ ବାୟୁ ପ୍ରଦୂଷଣ ଆପଣଙ୍କ ମେଣ୍ଟଲ ହେଲ୍ଥ କୁ ପ୍ରଭାବିତ କରିପାରେ ।
ନେଟୱର୍କ ଓପନ୍ ଜର୍ଣାଲ୍ ର ଗବେଷଣା ଅନୁସାରେ ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ଦୀର୍ଘ ସମୟ ଧରି ବିଷାକ୍ତ ବାୟୁ ପ୍ରଦୂଷଣ ରେ ଦୀର୍ଘ ସମୟ ଧରି ଚଳପ୍ରଚଳ ହେବା ଦ୍ଵାରା ମାନସିକ ବିକାର ଦେଖା ଯାଇଥାଏ, ଏହା ବିଶେଷ ଭାବରେ ବୟସ୍କ ମାନଙ୍କ ନିକଟରେ ଦେଖା ଯାଇଥାଏ ।
ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ ଜାମା ସାଇକିଆଟ୍ରିକ୍ ଜର୍ଣାଲ୍ ର ଗବେଷଣା ଅନୁସାରେ ବାୟୁ ରେ ରହିଥିବା ଦୂଷିତ କଣିକା ମନୁଷ୍ୟ କୁ ଡିପ୍ରେଶନ ଓ ଏଙ୍ଗଜଇଟି ର ଶିକାର କରାଇ ଥାଏ ।
ଏହି ଗବେଷଣା ରେ ୬୪ ବର୍ଷରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ମାନଙ୍କୁ ସାମିଲ କରାଯାଇ ଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ ୨୦୦୫ ରୁ ନେଇ ୨୦୧୬ ମଧ୍ୟରେ ହୋଇଥିବା ଅଧ୍ୟୟନ ଅନୁସାରେ ୧୫. ୨ ଲକ୍ଷ ବ୍ୟକ୍ତି ଙ୍କ ନିକଟରେ ଡିପ୍ରେସନ୍ ଦେଖିବାକୁ ମିଳିଥିଲା । ଏହା କେବଳ ଦୀର୍ଘ ସମୟ ଧରି ବିଷାକ୍ତ ଜଳବାୟୁ ରେ ରହିବା ଦ୍ଵାରା ହିଁ ହୋଇଥିଲା ।
ଏହି ଦୂଷିତ କଣିକା ଗୁଡ଼ିକ ମଧ୍ୟରେ ବିଶେଷ ଭାବରେ ରହିଛି ଟ୍ରାଫିକ ରୁ ବାହାରୁଥିବା ବାୟୁ , ଧୂଳି , ଧୂଆଁ , ନାଇଟ୍ରୋଜେନ୍ ଡ଼ାଇ ଅକ୍ସସାଇଡ , ପାୱାର ପ୍ଲାଣ୍ଟ ରୁ ବାହାରୁଥିବା ପ୍ରଦୂଷଣ ସାମିଲ ରହିଛି ।
ଏହିସବୁ ପ୍ରଦୂଷିତ ବାୟୁ ଯୁବକ ମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଏହି ଅଧ୍ୟୟନ ରେ କୁହାଯାଇଛି । କାହିଁକି ନା ବର୍ତ୍ତମାନ ର ଏୟାର ପଲ୍ୟୁସନ୍ ମସ୍ତିସ୍କ କୁ ପଙ୍ଗୁ କରିବା ସହିତ ମୃତ୍ୟୁ ଆଡ଼କୁ ମଧ୍ୟ ଟାଣି ନେଇପାରେ ।
Nalco
Leave A Reply