ଫେବୃଆରୀ ୧୮ ତାରିଖ ଦିନ ମହାଶିବରାତ୍ରି । ଫାଲଗୁନ ମାସ କୃଷ୍ଣ ପକ୍ଷ ର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ରେ ପଡୁଛି । ଏହିଦିନ ଶନି ପ୍ରଦୋଷ ଓ ଶିବରାତ୍ରି ଏକାଠି ପଡ଼ୁଥିବା କାରଣରୁ ବିଶେଷ ସଂଯୋଗ ଘଟୁଛି । ଏହିଦିନ ଶିବ ପୂଜା କରିବା ଦ୍ୱାରା ଶନି ଙ୍କ ଅଶୁଭ ଯୋଗରୁ ମୁକ୍ତି ମିଳିବ । ପ୍ରଦୋଷ ଓ ଶିବରାତ୍ରୀ ର ସଂଯୋଗ ହେବା ଦ୍ବାରା ଶିବ ପୂଜା ସହିତ ଶନି ପୂଜା କରି ମଧ୍ୟ ପାରିବେ ।
* ଶିବରାତ୍ରୀ ଦିନ ଶନି ଦୋଷ ରୁ ମୁକ୍ତି ପାଇବା ପାଇଁ ଏହିଦିନ ଶନି ପ୍ରଦୋଷ ବ୍ରତ କରିବା ଆବଶ୍ୟକ । ଏହାଛଡା ଏହିଦିନ ଶନି ଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ଘରର ଆର୍ଥିକ ଅନାଟନ ଦୂର କରିବା ପାଇଁ ଓସ୍ତ ଗଛକୁ ପୂଜା କରିବା ଆବଶ୍ୟକ ।
* ସନ୍ତାନ ପ୍ରାପ୍ତି ପାଇଁ ଏହିଦିନ ଶନି ତ୍ରୟୋଦଶୀ ବ୍ରତ ଜୀବନ ରେ ସୌଭାଗ୍ୟ ଆଣିଥାଏ । ଏହାଛଡା ଏହିଦିନ ଶନି ଦେବ ଙ୍କ ସାଢେ଼ ସାତି ପ୍ରକୋପ ରୁ ରକ୍ଷା ପାଇବା ନିମନ୍ତେ ମଧ୍ୟ ମହାଦେବ ଙ୍କୁ ପୂଜା କରିବା ଆବଶ୍ୟକ ।
* ଯଦି ଶିବରାତ୍ରି ଦିନ ପ୍ରଦୋଷ ବ୍ରତ ପଡୁଛି ତେବେ ଦଶରଥ କୃତ ଶନି ସ୍ତୋତ୍ର ପାଠ କରନ୍ତୁ । ଏହାଦ୍ବାରା ଦୁଃଖ ଓ ମାନସିକ କଷ୍ଟରୁ ମୁକ୍ତି ମିଳିଥାଏ ।
* ଶିବରାତ୍ରୀ ଦିନ ଶିବ ଚାଳିଶା ସହିତ ଶନି ଚାଳିଶା ପାଠ କରିବା ନିହାତି ଜରୁରୀ । ଏହାଦ୍ବାରା ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ । ଆହୁରି ମଧ୍ୟ ମହାଶିବରାତ୍ରି ରେ ଯଦି ଆପଣ ଘର ନିକଟରେ କୌଣସି ଓସ୍ତ ଗଛ ରହିଛି ତେବେ ତାହା ନିକଟରେ ଗୋଟିଏ ତେଲ ଦୀପ ଅର୍ପଣ କରନ୍ତୁ ।
* ଶନିବାର ଦିନ ପ୍ରଦୋଷ ବ୍ରତ ପଡ଼ୁଥିବା କାରଣରୁ ଏହିଦିନ ଶନି ଦେବ ଓ ମହାଦେବ ଙ୍କୁ ମିଳିତ ଭାବରେ ପୂଜା କରିବା ଦ୍ୱାରା ଚନ୍ଦ୍ର ଦୋଷ ରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାଛଡା ମାନସିକ ଶାନ୍ତି ଲାଭ ହୋଇଥାଏ ଓ ମନ ପ୍ରସନ୍ନ ରହିଥାଏ ।
