ଔପଦା-୨୭/୦୬ : ଔପଦା ବ୍ଲକର ବହୁ ପୁରାତନ ଫତେପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିବଗଂତ ପ୍ରଧାନଶିକ୍ଷକ ଅନାଦି ଚରଣ ଦାସଙ୍କ ପ୍ରତିମୂର୍ତ୍ତି ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଅନାବରଣ ସହ ସ୍ମୃତି ଉଦେଶ୍ୟରେ ଅମ୍ଳାନ ଅନାଦି ଚରଣ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଅନନ୍ୟ ପ୍ରତିଭା ପୂର୍ବତନ ପ୍ରଧାନ ଶିକ୍ଷକ ଦିବଂଗତ ଅନାଦି ଦାସଙ୍କ ପ୍ରତିମୂର୍ତ୍ତିର୍କୁ ଲୋକାର୍ପଣ କରିବା ସହିତ ଗାନ୍ଧୀ ,ଗୋପବନ୍ଧୁଙ୍କ ସହ ବିଦ୍ୟାଳୟର ପ୍ରତିଷ୍ଠାତା ଜୟକୃଷ୍ଣ ଜେନା,ଜୟକୃଷ୍ଣ ବେହେରା ଓ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରତିମୂର୍ତ୍ତିିର୍ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୁରାତନ ଛାତ୍ର ଅବସରପ୍ରାପ୍ତ ଜିଲ୍ଲାପାଳ ନିରଜଂନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ବାରିପଦା ଅବସରପ୍ରାପ୍ତ କୁଳପତି ଡଃ କିଶୋର ଚନ୍ଦ୍ର ବସା ଆଚରଣ ଓ ଉଚାରଣରୁ ଶିକ୍ଷକଙ୍କ ସ୍ୱାଭିମାନ ଜଣାପଡେ ସ୍ୱର୍ଗତ ଦାସ ମୂର୍ତ୍ତିିରେ ସିମିତ ନୁହେଁ ତାଙ୍କର ନିଆରା କର୍ମମୟ ଜୀବନ ପାଇଁ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ବୋଲି କହିଥିଲେ । ମୁଖ୍ୟ ବକ୍ତା ଅମ୍ଲାନ ଅନାଦି ଚରଣ ସ୍ମରଣିକାର ସଂପାଦକ ଡଃ ବ୍ରଜ କିଶୋର ମିଶ୍ର ଅନ୍ଧକାରରୁ ଆଲୋକିତ କରିବା ମୂର୍ତ୍ତିିକାରୁ ମୂର୍ତ୍ତି ତିଆରି କରିବା ବ୍ରତ ଥିଲା ଅନାଦି ଚରଣଙ୍କର ।
ସେ ଜଣେ ଏକାଧାରରେ ଶିକ୍ଷକ ସହ ଅନୁଷ୍ଠାନ ପ୍ରେମୀ ସ୍ନେହି ଥିବା ବେଳେ ଗୋବିନ୍ଦଙ୍କ ଠାରୁ ଗୁରୁ ଶ୍ରେଷ୍ଠ ହୋଇଥିବାରୁ ଭାବାବେଗରେ ସେହି ଅମ୍ଲାନ ପ୍ରତିଭା ଗୁରୁଙ୍କୁ ଶ୍ରୀ ମିଶ୍ର ସାଷ୍ଟାଙ୍ଗ ପ୍ରଣିପାତ କରି ଉନ୍ମୋଚନ ସମାରୋହକୁ ବିମୋହିତ କରିଥିଲେ । ସମ୍ମାନୀତ ଅତିଥି ଅବସର ଶିକ୍ଷକ ନରହରି ମହାନ୍ତି ପ୍ରତିଗୁରୁ ଶିକ୍ଷକଙ୍କର ପ୍ରଥପ୍ରଦର୍ଶକ ଥିବା ବେଳେ ସ୍ୱର୍ଗତ ଅନାଦି ସାରଙ୍କ ନୀତି ଓ ଆଦର୍ଶକୁ ଭୁଲିଗଲେ ଆତ୍ମର ସଦଗତି ମିଳିବ ନାହିଁ ବୋଲି କହିଥିଲେ । ବିଶିଷ୍ଟ ସାମ୍ବାଦିକ ଅବିନାଶ ମହାପାତ୍ର ଅତିଥି ମାନଙ୍କୁ ମଂଚ ଆହ୍ୱାନ ସହ ପରିଚୟ ପ୍ରଦାନ କରିଥିଲେ । ଏହି ସମାରୋହରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ପାଣି,ଜିତେନ୍ଦ୍ର ବେହେରାଙ୍କ ସମେତ ପୁରାତନ ଛାତ୍ର ନିରଜଂନ ମହାନ୍ତି, ସୁଦର୍ଶନ ରାଉତ, ଷଢାନନ ପାଣିଗ୍ରାହୀ, ଛାୟାକାନ୍ତ ମାଝୀ,ହେମକାନ୍ତ ସିଉ, ଶଚିନ୍ଦ୍ର ଦାସ, ଶ୍ରୀକାନ୍ତ ମହାନ୍ତି, ବସନ୍ତ ବେହେରା, ସୁଦର୍ଶନ ଷେଣ୍ଢ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ର, ସ୍ଥାନୀୟ ସରପଂଚ ଜୟଶ୍ରୀ ମାଝୀ,ଅବସର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ,ଅବସର ଶିକ୍ଷକ ମନମୋହନ ପାଢୀ, ଭାଗବତ ପଣ୍ଡା,ରାଧାଶ୍ୟାମ ପଣ୍ଡା ଓ ସ୍ୱର୍ଗତ ଶ୍ରୀ ଦାସଙ୍କ ଧର୍ମପତ୍ନୀ ଶାନ୍ତିଲତା ଦାସ ଏବଂ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ,ଶୁଭେଚ୍ଛୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସ୍ୱର୍ଗତ ଦାଶ ପୁତ୍ର ଅଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।