Odisha news

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ନୀଳଗିରି ଏସଡିପିଓଙ୍କୁ ପ୍ରତିନିଧିମାନେ ଭେଟିଲେ

ଔପଦା-୦୪/୦୬ : ଔପଦା ବ୍ଲକ ସ୍ତରୀୟ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧ ମାନେ ତଳକିଆ ଗ୍ରାମର ଏକ ରାସ୍ତା ନିର୍ମାଣକୁ ନେଇ ଖବର ପ୍ରସାରଣ ପରେ ସଂପୃକ୍ତ ବ୍ୟକ୍ତି ଜଣକ ଅସାମାଜିକ ଲୋକମାନଙ୍କୁ ନେଇ ବଜାରରେ ସାମ୍ବାଦିକମାନଙ୍କୁ ଅଶ୍ଳୀଳଭାଷାରେ ଗାଳିକରିବା ସହିତ ଧମକ ଚମକ ଦେଇଥିବାରୁ ଗଣମାଧ୍ୟମର ସାମ୍ବାଦିକମାନେ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଙ୍କୁ ଭେଟି ଘଟଣାର ତଦନ୍ତ ସହ ସଂମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏସଡିପିଓ ଶ୍ରୀ ମହାପାତ୍ର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାଏଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡକାଇ ନିସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ କହିବା ସହିତ ଏଥିରୁ ବିଚ୍ୟୁତ ହେଲେ ଅଭିଯୋଗ ମୂଳେ ତାଙ୍କ ବିରୁଦ୍ଧରେ ମାମାଲା ରୁଜୁ କରାଯାଇ ତଦନ୍ତ ଦାୟିତ୍ୱ ନିଜେ ନେବେ ବୋଲି ସାମ୍ବାଦିକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Comments are closed.