Odisha news

ମଡିଚୁଆ ଆଶାକର୍ମୀଙ୍କ ଅକାଳ ମୃତ୍ୟୁ

0

ଔପଦା : କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନା ବିପତ୍ତି ସମୟରେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆଶା ଅଙ୍ଗନୱାଡ଼ି କର୍ମୀମାନେ ମୁଖ୍ୟତଃ ସଜାଗ ରହୁଥିବାରୁ ଏମାନଙ୍କୁ କୋଭିଡ୍ ଯୋଦ୍ଧା କୁହାଯାଉଛି । ଔପଦା ଅଞ୍ଚଳର କାର୍ଯ୍ୟରତ ଥିବାସମୟରେ ଜଣେ ଆଦିବାସୀ ଆଶା କର୍ମୀଙ୍କ ରାସ୍ତାରେ ଅକାଳ ମୃତ୍ୟୁ ପାଇଁ ଆଶା କର୍ମୀ ସଂଗଠନ ପକ୍ଷରୁ ଶୋକର ଛାୟା ଖେଳିଯାଇଛି । ଔପଦା ବ୍ଲକ ଆଦିବାସୀ ବହୁଳ ଗଡସାହୀ ପଞ୍ଚାୟତର ମଡିଚୁଆ ଗ୍ରାମର ଆଶା କର୍ମୀ ସୋମବାରୀ ମାଣିକ ୪ ତାରିଖରେ ଔପଦା ଡାକ୍ତରଖାନାକୁ ଆସି ଯକ୍ଷ୍ମା ରୋଗୀଙ୍କ ପାଇଁ ଔଷଧ ନେଇ ଦିନ ୧ଟା ସମୟରେ କେନ୍ଦ୍ରକୁ ଫେରୁଥିବା ବେଳେ ପଶ୍ଚିମା ଠାକୁରାଣୀ ନିକଟରେ ହଠାତ୍ ଆଶା କର୍ମୀଙ୍କୁ ଅନ୍ଧାର ଦେଖାଦେବାରୁ ତଳେ ପଡିଯାଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ଏକ ଅଟୋଦ୍ୱାରା ତାଙ୍କୁ ଘରକୁ ନେଇଯାଇଥିବା ବେଳେ ସେଠାରେ ସନ୍ଧ୍ୟାପ୍ରାୟ ୭ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଔପଦା ପୁଲିସ ପକ୍ଷରୁ ଶବ ବ୍ୟବଛେଦ ପରେ ରାଜ୍ୟ ଆଶାକର୍ମୀ ଉପସଭାପତି କୁମମଣୀ ଦେଇ ଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ,ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନେ ମୃତ ଆଶାକର୍ମୀଙ୍କ ଶବକୁ ଏକ ଶୋଭାଯାତ୍ରରେ ଆଣି ଔପଦା ଡାକ୍ତରଖାନା ସମ୍ମୁଖରେ ରଖି ବିଭିନ୍ନ ପ୍ରକାର ସ୍ଲୋଗାନମାନ ଦେଇଥିଲେ । ଏପରିକି ଔପଦା ଡାକ୍ତରଖାନାର ସମସ୍ତ ଅଧିକାରୀ, କର୍ମଚାରୀ ଓ ଆଶାକର୍ମୀ ମାନେ ଏକ ଶୋକ ସଭା କରିଥିବା ବେଳେ ଏହି ଗରିବ ଆଦିବାସୀ ଆଶାକର୍ମୀଙ୍କ ଅକାଳ ମୃତୁ୍ୟ ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି

Nalco
Leave A Reply