ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତର କରୋନା ସଂକ୍ରମଣ ବୃଦ୍ଧିିକୁ ନେଇ ପଞ୍ଚାୟତର ସରପଞ୍ଚ ରାଧାଗୋବିନ୍ଦ ଧଡା ୧୦୯ ଘଣ୍ଟା ପଞ୍ଚାୟତକୁ ସଟଡାଉନ ଘୋଷଣା କରିଥିବା ଜଣାଯାଇଛି । ଏହି ପଞ୍ଚାୟତରେ ୧୪ ଜଣ ସଂକ୍ରମିତ ହୋଇ ୭ ଜଣ ହୋମ୍ କ୍ୱାରେନଟାଇନରେ ଥିବାବେଳେ ୭ ଜଣ କୋଭିଡ ସଂଗରୋଧ କେନ୍ଦ୍ରରେ ରହିଥିବା ସରପଞ୍ଚଙ୍କ ଠାରୁ ଜଣାଯାଇଛି ।
ଏହି ପଞ୍ଚାୟତରେ କରୋନାରେ ଜଣେ ମଧ୍ୟ ମୃତ୍ୟୁ ବରଣ କରିଥିବାରୁ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଭୟ ଦେଖାଦେଉଥିବା ଜଣାଯାଇଛି । ଏହି ସଟଡାଉନ ଘୋଷଣା ୨୪ ତାରିଖ ଦିନ ୧୧ ଘଟିକା ଠାରୁ ୨୮ ତାରିଖ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ବଲବତ୍ତର ରହିବ ବୋଲି ସରପଞ୍ଚ ଶ୍ରୀ ଧଡା କହିଥିବା ବେଳେ ଏହି ଘୋଷଣା ସଂପର୍କରେ ସ୍ଥାନୀୟ ପ୍ରଶାସନକୁ ପତ୍ର ମାଧ୍ୟମରେ ଜଣାଇଥିବା କହିଛନ୍ତି ।
ଏହି ପଞ୍ଚାୟତରେ ୧୩ ଟି ୱାର୍ଡ ଥିବାବେଳେ ଦୀର୍ଘ ସମୟଧରି ସଟଡାଉନ ଘୋଷଣା ଯୋଗୁଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଯେପରି ସମସ୍ୟା ଦେଖାନଯାଏ ସେଥିପାଇଁ ସାଧାରଣ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସଟଡାଉନ ଘୋଷଣା ପାଇଁ ପଞ୍ଚାୟତରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ଥିବା ବେଳେ ଏହି ପଞ୍ଚାୟତ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଗାଡି ମୋଟର ଗମନା ଗମନ କରିପାରିବ ବୋଲି କୁହାଯାଇଛି । ଏ ସଂପର୍କରେ ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଘୋଷଣାନାମା ସଂପର୍କରେ ଆମକୁ ଚିଠି କରାଯାଇଛି । ଏହି ସଟ୍ଡାଉନ ୨୪ ତାରିଖ ଦି ୧୧ ଟାରୁ ୨୮ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ଥିବାବେଳେ ଲୋକମାନଙ୍କର ସମସ୍ୟାକୁ ପଞ୍ଚାୟତ ଦୃଷ୍ଟି ଦେବେ ବୋଲି କହିଛନ୍ତି ।