Odisha news

ସ୍ୱାଧୀନତା ପାଇଁ କାହିଁକି ବଛା ଯାଇଥିଲା ଅଗଷ୍ଟ ମାସର ୧୫ ତାରିଖ ଏବଂ କଣ ରହିଛି ଏହା ପଛର ଇତିହାସ

0

ଦେଶର ସ୍ୱାଧୀନତାକୁ ନେଇ ଏଭଳି ଅନେକ କାହାଣୀ ରହିଛି ଯାହାକି ଆମେ ଜାଣି ନାହୁଁ, ଭାରତରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ ତାରିଖ କୁ ଦେଶର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ, ଏହିଦିନ ଭାରତ ଇତିହାସ ରେ ଗୋଟିଏ ସ୍ୱର୍ଣ୍ଣିମ ପୃଷ୍ଠା ଅଟେ, ଯାହାକି ଆମକୁ ସ୍ୱାଧୀନତା ର ମୂଲ୍ୟ ଏବଂ ଏହାର ମହତ୍ୱ କୁ ମନେପକାଇ ଦେଇଥାଏ l ଆଜି ଆସନ୍ତୁ ଜାଣିବା ଅଗଷ୍ଟ ୧୫ ତାରିଖ ଦିନ କାହିଁକି ସ୍ୱାଧୀନତା ଦିବସ ପାଳନ କରାଯାଏ ସେହି ବିଷୟ ରେ ଜାଣିବା l

ଅଗଷ୍ଟ ୧୫ ୧୯୪୭ ରେ ପଣ୍ଡିତ ଜବାହାରଲାଲ ନେହରୁ ଦିଲ୍ଲୀ ର ଲାଲକିଲ୍ଲା ତ୍ରିରଙ୍ଗା ଲହରାଇ ଐତିହାସିକ ଭାଷଣ ଦେଇଥିଲେ, ଏହିଦିନ ଭାରତ ପାଇଁ ଗୋଟିଏ ନୂଆ ଯୁଗର ଆରମ୍ଭ ହୋଇଥିଲା l  ଭାରତର ଶେଷ ଭାଇସ ରାଏ ଲର୍ଡ଼ ମାଉଣ୍ଟବେଟନ  ଭାରତର ସ୍ୱାଧୀନତା ପାଇଁ ଏହିଦିନଟିକୁ ବାଛିଥିଲେ, ମାଉଣ୍ଟବେଟେନ ଏହି ଏହିଦିନକୁ ଏଥିପାଇଁ ବାଛିଥିଲେ କାହିଁକିନା ଏହିଦିନ ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ଜାପାନ ଆତ୍ମସମର୍ପଣ ର ଦ୍ଵିତୀୟ ବର୍ସଗାଁଠ ଥିଲା, ୧୫ ଅଗଷ୍ଟ ୧୯୪୫ ରେ ଜାପାନ ମିତ୍ର ଦେଶ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା, ଏବଂ ମାଉଣ୍ଟବେଟନ ସେହି ସମୟ ରେ ଦକ୍ଷିଣ ପୂର୍ବ ଏସିଆର ମିତ୍ର ଦେଶ ମାନଙ୍କର କମାଣ୍ଡର ଥିଲେ, ଏହାକୁ ଗୋଟିଏ ମହତ୍ଵପୁର୍ଣ ତାରିଖ ଭାବରେ ଗ୍ରହଣ କରାଯାଇଥିଲା l

ଏବଂ ମାଉନ୍ଟବେଟନ ଏହା ଘୋଷଣା କରିଥିଲେ ଯେ ଅଗଷ୍ଟ ୧୫ ତାରିଖ ୧୯୪୭ ରେ ସ୍ୱାଧୀନ ହେବ, ଏହି ତାରିଖ ବାଛିବା ପଛରେ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଆୟୋଜନ ହୋଇଥିଲା, କାହିଁକି ନl ବ୍ରିଟିଶ ସରକାର ଯଥା ଶୀଘ୍ର ଦାୟିତ୍ୱ ହସ୍ତାନ୍ତର କରିପାରିବ l

ଲମ୍ବା ସଂଘର୍ଷ ପରେ ୧୫ ଅଗଷ୍ଟ ୧୯୪୭ ରେ ମଧ୍ୟ ରାତ୍ରି ରେ ଔପଚାରିକ ଭାବରେ ଭାରତ ସ୍ୱାଧୀନ ହୋଇଥିଲା l ଏହିଦିନ ଏକତା, ରାଷ୍ଟ୍ରୀୟ ଗର୍ବ ଏବଂ ଦେଶ ପ୍ରତି କର୍ତବ୍ୟ ର ଭାବନା କୁ ମଜବୁତ କରିଥାଏ l ଏହିଦିନ ବିଦ୍ୟାଳୟ, ମହାବିଦ୍ୟାଳୟ , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ରେ ତ୍ରିରଙ୍ଗା ପତାକା ଉଡା ଯାଇଥାଏ l

Leave A Reply